Latest Odisha News

BREAKING NEWS

ଝାଡଖଣ୍ଡ ପ୍ରବାସୀଙ୍କ ମୁହଁରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା

ଖୋର୍ଦ୍ଧା: ବାହାର ରାଜ୍ୟର ପ୍ରବାସୀଙ୍କ ମୁହାଁରେ ଓଡ଼ିଶା ସରକାରଙ୍କୁ ଭୁରି ଭୁରି ପ୍ରଶଂସା । ଝାଡଖଣ୍ଡ ପ୍ରବାସୀମାନେ ଓଡ଼ିଶାରେ ଆତିଥ୍ୟ ପାଇ ସରକାରୀଙ୍କୁ ପ୍ରଶଂସା କରିଛନ୍ତି ।

୧୦ ତାରିଖରୁ ଅହମ୍ମଦାବାଦରୁ ଆସିଥିବା ୬୩ଜଣ ଝାଡଖଣ୍ଡବାସୀ ଖୋର୍ଦ୍ଧା ରୋଡରେ ଓହ୍ଲାଇଥିଲେ । ଏହାପରେ ଦୀର୍ଘ ୫ ଦିନ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅତିଥ୍ୟରେ ରହିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷାଠୁ ଆରମ୍ଭ କରି ଖାଦ୍ୟପେୟ ସହ କୋଭିଡ ନୀତି ନିୟମରେ ରହିବାର ବ୍ୟବସ୍ଥା ଖୋର୍ଦ୍ଧା ପୌର ପ୍ରଶାସନ ଅଧିକାରୀଙ୍କ ତତ୍ତ୍ୱବଧାନରେ କରାଯାଇଥିଲା ।

ତେବେ ଆଜି ଝାଡଖଣ୍ଡ ପ୍ରବାସୀମାନେ ନିଜ ରାଜ୍ୟକୁ ସ୍ୱତନ୍ତ୍ର ବସରେ ଯିବା ବେଳେ ଓଡ଼ିଶା ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ସେମାନେ ଜୟ ଜଗନ୍ନାଥ ଜିନ୍ଦାବାଦ, ଖୋର୍ଦ୍ଧା ପ୍ରଶାସନ ଜିନ୍ଦାବାଦ ଏବଂ ଓଡ଼ିଶା ସରକାର ଜିନ୍ଦାବାଦର ସ୍ଲୋଗାନ ଦେଇଥିଲେ । ଏଥିସହ ଖୋର୍ଦ୍ଧା ପ୍ରଶାସନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

Leave A Reply

Your email address will not be published.