Latest Odisha News

BREAKING NEWS

କରୋନା ମୁକାବିଲା: ରାଷ୍ଟ୍ରପତି ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ କମ୍ ଦରମା ନେବେ

ନୂଆଦିଲ୍ଲୀ:କରୋନା ସଂକ୍ରମଣରୁ ଦେଶକୁ ମୁକୁଳାଇବା ପାଇଁ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ଆଥଲେଟ, ଅଭିନେତାଠାରୁ ଆରମ୍ଭ କରି କମ୍ପାନୀ ମାଲିକମାନଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ଏହି ଦୌଡରେ ସାମିଲ ହୋଇଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପିଏମ କେୟାର ଫଣ୍ଡକୁ ସେ ଗୋଟିଏ ବର୍ଷ ପାଇଁ ତାଙ୍କ ଦରମାର ୩୦ ପ୍ରତିଶତ ଦାନ କରିବେ କରିବାକୁ ଘୋଷଣା କରିଛନ୍ତି ।

ପୂର୍ବରୁ ମାର୍ଚ୍ଚରେ ସେ ଗୋଟିଏ ମାସର ଦରମା ଦାନ କରିଥିଲେ । ପିଏମ କେୟାର୍ସ ଫଣ୍ଡରୁ ଗରିବ ଲୋକଙ୍କୁ ସରକାର ସହାୟତା ଯୋଗାଉଥିବା ବେଳେ ଅନ୍ୟ ପ୍ରସ୍ତୁତିରେ ମଧ୍ୟ ଏହି ଅର୍ଥ ସହାୟ ହେଉଛି ।

Leave A Reply

Your email address will not be published.