Latest Odisha News

BREAKING NEWS

ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବ୍ୟବହାର ହେଉଥିଲା ଝାରସୁଗୁଡ଼ା ଏୟାରପୋର୍ଟ

ଭୁବନେଶ୍ୱର: ଝାରସୁଗୁଡ଼ା ଏୟାରପୋର୍ଟ ଥିଲା ଯୁଦ୍ଧ ବିମାନ ଘାଟି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ଏୟାରଫିଲ୍ଡ ଯୁଦ୍ଧ ବିମାନ ଉଡ଼ାଣ ପାଇଁ ବ୍ୟବହାର ହେଉଥିଲା । ଯୁଦ୍ଧ ପାଇଁ ଏଠୁ ଶୁଭୁଥିଲା ରଣ ହୁଙ୍କାର ।

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଝାରସୁଗୁଡ଼ା ଏୟାରଫିଲ୍ଡ(ସେତେବେଳେ ବିମାନ ବନ୍ଦର ନଥିଲା । କେବଳ ଉଡ଼ାଣ ଭରିବା ସକାଶେ ଆବଶ୍ୟକ ମୌଳିକ ସୁବିଧା ଥିଲା) ରୁ ରୟାଲ ଏୟାରଫୋର୍ସ ଏଠାରୁ ଯୁଦ୍ଧ ଜାହାଜ ର ଉଡ଼ାଣ ଭରୁଥିଲା ।

କେବଳ ରୟାଲ ଏୟାରଫୋର୍ସ ନୁହେଁ, ଏହାର ସହଯୋଗୀ ମାନେ ମଧ୍ୟ ଏଠାରୁ ଯୁଦ୍ଧ ପାଇଁ ଏୟାରଫିଲ୍ଡ ର ବ୍ୟବହାର କରିଥିଲେ । ରୟାଲ ଏୟାରଫୋର୍ସ ଅର୍ଥାତ୍ ପ୍ରଥମ ବିଶ୍ୱ ଯୁଦ୍ଧ ର ଶେଷ ଆଡ଼କୁ ବ୍ରିଟିଶ ଦ୍ୱାରା ଗଠିତ ଫୋର୍ସ ଏକାଧିକ ସମୟ ଏହି ଏୟାରଫିଲ୍ଡ ବ୍ୟବହାର କରିଥିଲା ।

ଇତିହାସର ଏହି ଖବର ଦେଇଛି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ) । ଏହି ସୂଚନା ଏୟାରପୋର୍ଟ ଅଥରିଟି ଟ୍ୱିଟର ହ୍ୟାଣ୍ଡଲରୁ ହସ୍ତଗତ ହୋଇଛି । ଏଏଆଇ ଶନିବାର ଏହି ସ୍ମୃତି ଟ୍ୱିଟ୍ କରି ଜଣାଇଛି ।

ଏଭିଏସନ ଫ୍ୟାକ୍ଟସ ନାମରେ ଏକ ଟ୍ୱିଟ୍ ଅଭିଯାନ କରୁଛି ଏଏଆଇ । ସେହି ଧାରାରେ ଶନିବାର ଝାରସୁଗୁଡ଼ା ବିମାନ ବନ୍ଦର ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ରୟାଲ ଏୟାରଫୋର୍ସ ଦ୍ୱାରା ବ୍ୟବହାର ହେଉଥିଲା ବୋଲି ସୂଚନା ମିଳିଛି ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଲମ୍ବା ଦଶନ୍ଧି ଧରି ଏୟାରଫିଲ୍ଡ ଟି ଅବ୍ୟବହୃତ ହୋଇପଡ଼ିଥିଲା । ୨୦୧୮ ମସିହାରେ ଏଠାରୁ ବିମାନ ଚଳାଚଳ ପାଇଁ ଅନୁମତି ମିଳିଥିଲା । ୨୦୧୩ ମସିହାରୁ ଓଡ଼ିଶା ସରକାର ଏହି ବିମାନ ବନ୍ଦର ଉନ୍ନତୀକରଣ ଆରମ୍ଭ କରିବା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ୨୦୧୮ରେ ବିମାନ ଉଡ଼ାଣ ପାଇଁ ଲାଇସେନ୍ସ ପ୍ରଦାନ କରିଥିଲା ।

Leave A Reply

Your email address will not be published.