Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ASI, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଚଢାଉ ହୋଇଛି । ଝାରସୁଗୁଡ଼ା OMVD ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । କଟକ, ପୁରୀ, ଝାରସୁଗୁଡା ଓ ଗଞ୍ଜାମ ଜିଲ୍ଲାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଛି । ଭିଜିଲାନ୍ସର ଏହି ରେଡରେ ୩ ଜଣ ଡିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ ଅଫିସର ସାମିଲ ହୋଇଛନ୍ତି ।

ତେବେ ଏହି ଚଢାଉ ବେଳେ ହରେକୃଷ୍ଣଙ୍କ ଘରୁ ନଗଦ ୪ ଲକ୍ଷ ୪୬ ହଜାର ଜବତ ହୋଇଛି । କଟକ ଫ୍ରେଣ୍ଡସ କଲୋନୀରେ ଦୁଇ ମହଲା କୋଠା ଓ ପୁରୀ କୃଷ୍ଣପ୍ରସାଦ ମାଲୁଦାରେ ନିର୍ମାଣାଧୀନ ୨ ମହଲା କୋଠା ଠାବ ହୋଇଛି । ସେହିପରି ଝାରସୁଗୁଡା OMVD/RTO ଅଫିସ ଓ ବିଜୁ ନଗର ଭଡା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ।

ଅନ୍ୟପକ୍ଷରେ ଗଞ୍ଜାମ ଲାଞ୍ଜିପାଲିର ସଂପର୍କୀୟଙ୍କ ଘରେ ଓ ବ୍ରହ୍ମପୁର ରାମନଗରରେ ଥିବା ଏକ ଘରେ ରେଡ ଚାଲିଛି ।ହେଲେ ଅନ୍ୟା ସ୍ଥାନରୁ କଣ କେତେ ଜବତ ହୋଇଛି ତାହା ଜଣାପଡିନି । ଚଢାଉ ପରେ ତାହା ସାମ୍ନାକୁ ଆସିବ ।

Comments are closed, but trackbacks and pingbacks are open.