Latest Odisha News

BREAKING NEWS

ଝାରସୁଗୁଡା ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ତରୁଣ ପାଣ୍ଡେ

ଝାରସୁଗୁଡା: କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଶନିବାର ଝାରସୁଗୁଡା ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ କଂଗ୍ରେସର ବହୁ କର୍ମୀ, ବରିଷ୍ଠ ନେତା, ପିସିସି ସଭାପତି ଓ ବିଧାୟକ ସୁରେଶ ରାଉତରାୟ, ତାରା ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ। ନାମାଙ୍କନ ଦାଖଲ କରିବାକୁ ଉପଜିଲ୍ଲାପାଳଙ୍କ ଅଫିସ ଯିବା ପୂର୍ବରୁ ତରୁଣ ପାଣ୍ଡେ ଏକ ବିଶାଳ ଶୋଭାଯାତ୍ରା କରିବା ସହ ନିଜର ପତିଆରା ଦେଖାଇବାକୁ ଚେଷ୍ଟା କରିଥିଲେ।

ଏହି ନିର୍ବାଚନରେ କଂଗ୍ରେସକୁ ବିପୁଳ ଜନସମର୍ଥନ ମିଳୁଛି ବୋଲି ଦାବି କରିଥିଲେ ପିସିସି ମୁଖିଆ। ସେ କହିଛନ୍ତି ଯେ, ଏହି ଅଞ୍ଚଳରେ ବଢୁଥିବା ବେକାରୀ ଓ ଉତ୍କଟ ପାନୀୟ ଜଳ ସମସ୍ୟା ରହିଛି। ଯାହା ବିଜେଡି ଶାସନରେ  ହୋଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି। ଭୋଟରଙ୍କ ସମର୍ଥନ ମିଳିବା ଆଶାରେ ତରୁଣ କହିଛନ୍ତି ଯେ ସେ ପ୍ରଦୂଷଣ, ପାନୀୟ ଜଳର ଅଭାବ ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ବେକାରୀ ସମସ୍ୟା ବିଜୟୀ ହେଲେ ପ୍ରସଙ୍ଗ ଉଠାଇବେ।

ଗତ ମାସରେ ଦେହାନ୍ତ ହୋଇଥିବା ପୂର୍ବତନ ଝାରସୁଗୁଡ଼ା ବିଧାୟକ ବିରେନ ପାଣ୍ଡେଙ୍କ ପୁଅ ହେଉଛନ୍ତି ତରୁଣ। ୧୯୮୦, ୧୯୮୫ ଓ ୧୯୯୫ରେ ସେ କଂଗ୍ରେସ ଟିକେଟରେ ତିନି ଥର ଓଡ଼ିଶାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଶାସକ ଦଳ ପକ୍ଷରୁ ଦୀପାଳି ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ହୋଇଛନ୍ତି ଯୁବନେତା ଟଙ୍କଧର ତ୍ରିପାଠୀ। ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଏପ୍ରିଲ ୨୦ ତାରିଖରେ ଶେଷ ହେବାକୁ ଯାଉଛି।

Leave A Reply

Your email address will not be published.