Latest Odisha News

BREAKING NEWS

ଅତିକ ବ୍ରଦର୍ସ ହତ୍ୟା ଘଟଣାରେ ହେବ ନ୍ୟାୟିକ ଯାଞ୍ଚ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ: ପ୍ରୟାଗରାଜରେ ମାଫିଆ ଡନ ତଥା ରାଜନେତା ଅତିକ ଅହମ୍ମଦ ଏବଂ ତାର ଭାଇ ଅସରଫ ତିନି ଦୁର୍ବୃତ୍ତ ହତ୍ୟା କରିବା ପରେ ଏହି ଘଟଣାରେ ନ୍ୟାୟିକ ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ଏହି ଘଟଣା ବିଷୟରେ ଅବଗତ ହେବା ପରେ ସେ ସଙ୍ଗେ ସଙ୍ଗେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ସମଗ୍ର ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତିନି ଜଣିଆ ନ୍ୟାୟିକ ଆୟୋଗ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ୟୁପିର ସମସ୍ତ ସହରରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥା ବଢାଯିବା ସହିତ ୭୫ଟି ଯାକ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।ଉତ୍ତରପ୍ରଦେଶର ସମସ୍ତ ପୋଲିସଙ୍କ ଛୁଟି ବାତିଲ କରାଯାଇଛି। ଏହା ସହିତ ଷ୍ଟେସନ ଇନ-ଚାର୍ଜକୁ ନିଜ ନିଜ ଅଞ୍ଚଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ସ୍ଥାନରେ ସୁରକ୍ଷାକୁ ବଢାଇ ଦିଆଯାଇଛି ଏବଂ ଏଡିଜି ଏବଂ ଆଇଜି ସମ୍ବେଦନଶୀଳ ଜିଲ୍ଲାମାନଙ୍କରେ କ୍ୟାମ୍ପ କରିବାକୁ ଯାଉଛନ୍ତି। ଏହି ଘଟଣାରେ ଜଣେ କନଷ୍ଟେବଳ ଗୁଳିରେ ଆଘାତ ହୋଇଛନ୍ତି। ୟୁପି ସରକାରର ମନ୍ତ୍ରୀ ସୁରେଶ ଖାନ୍ନା କହିଛନ୍ତି ଯେ ଯେତେବେଳେ ଅପରାଧ ଚରମ ସୀମାରେ ପହଞ୍ଚେ ସେତେବେଳେ ସ୍ୱର୍ଗରୁ କିଛି ନିଷ୍ପତ୍ତି ନିଆଯାଏ। ସେ କହିଛନ୍ତି ଯେ ଏହା ଏକ ସ୍ୱର୍ଗୀୟ ନିଷ୍ପତ୍ତି, ଯାହାକୁ ସମସ୍ତେ ଗ୍ରହଣ କରିବା ଉଚିତ୍।

ଶନିବାର ଦିନ ପ୍ରୟାଗରାଜ ମେଡିକାଲ କଲେଜ ନିକଟରେ ଅତିକ ଅହମ୍ମଦ ଏବଂ ଅସରଫକୁ ଗୁଳି କରାଯାଇଥିଲା। ଯେତେବେଳେ ଉଭୟଙ୍କୁ ହତ୍ୟା କରାଯାଇଥିଲା ସେତେବେଳେ ସେମାନେ ମିଡିଆକୁ ପ୍ରତିକ୍ରିୟା ଦେବାକୁ ଆସୁଥିଲେ। ଏହି ସମୟରେ କିଛି ଲୋକ ସେଠାରେ ମିଡିଆ କର୍ମୀ (ନକଲି) ବୋଲି ପରିଚୟ ଦେଇ ପଶିଥିଲେ ଆଉ ଅତିକ ଓ ତାଭାଇକୁ ଗୁଳି ମାରି ହତ୍ୟା କରିଥିଲେ। ଅତିକର ମୁଣ୍ଡରେ ଗୁଳି ବାଜିଥିଲା ​​ଏବଂ ଗୁଳି ମାରିବା ମାତ୍ରେ ଉଭୟ ତଳେ ପଡ଼ିଯାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ପୋଲିସ କହିଛି ଯେ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି।

ଅତିକ ଏବଂ ଅସରଫଙ୍କ ହତ୍ୟା ପରେ ସମାଜବାଦୀ ସୁପ୍ରିମୋ ଟ୍ୱିଟ୍ କରି କହିଛନ୍ତି ଯେ ୟୁପିରେ ଅପରାଧ ଚରମ ସୀମାରେ ପହଞ୍ଚିଛି ଏବଂ ଅପରାଧୀଙ୍କ ମନୋବଳ ବଢିଛି। ଯେତେବେଳେ ପୋଲିସର ସୁରକ୍ଷା କର୍ଡନ ମଧ୍ୟରେ ଖୋଲାଖୋଲି ଗୁଳି ଚଳାଇ କାହାକୁ ହତ୍ୟା କରାଯାଇପାରେ, ତେବେ ସାଧାରଣ ଜନତାଙ୍କ ସୁରକ୍ଷା କିପରି ଥିବା ବୁଝାପଡୁଛି। ଏଥି ସହିତ ଏଆଇଏମ୍ଆଇଏମ୍ ସୁପ୍ରିମୋ ଅସାଦୁଦ୍ଦିନ ଓଓ୍ୱେସୀ ଟ୍ୱିଟ୍ କରି ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି।।

Leave A Reply

Your email address will not be published.