Latest Odisha News

BREAKING NEWS

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଦୀପାଳି; ଶକ୍ତି ପ୍ରଦର୍ଶନ କରିବ ବିଜେଡି

ଝାରସୁଗୁଡା:କଂଗ୍ରେସ, ବିଜେପି ପରେ ଆଜି ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଜି ସବ କଲେକ୍ଟର ଅଫିସରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ । ନାମାଙ୍କନ ପୂର୍ବରୁ ସକାଳୁ ସକାଳୁ  ପାଟଣେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତିି ଦୀପାଳି ।  ଏହି ଅବସରରେ ଶାସକ ବିଜେଡି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟାେଜନ କରାଯାଇଛି । ।

ଆଜି ନାମାଙ୍କନ ଦାଖଲବେଳେ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛି  ବିଜେଡି । ଏହି ଶୋଭାଯାତ୍ରାରେ ୬ ଜଣ ମନ୍ତ୍ରୀ ଏବଂ ବରିଷ୍ଠ ନେତମାନେ ସାମିଲ ହୋଇ ଦୀପାଳିଙ୍କୁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ ରହିଛି  । ବରିଷ୍ଠ ବିଜେଡି ନେତା ଯଥା ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଝାରସୁଗୁଡାରେ ପହଞ୍ଚି ସାରିଲେଣି ।

ଏହା ବ୍ୟତୀତ ନିର୍ବାଚନମଣ୍ଡଳୀ ଅଞ୍ଚଳର ଲୋକଙ୍କୁ ଆଣି ବଡ଼ ଶୋଭାଯାତ୍ରାର ଆୟାେଜନ ଚାଲିଛି । ଝାରସୁଗୁଡ଼ା ବିଧାନସଭା କ୍ଷେତ୍ର ସମେତ ବ୍ରଜରାଜନଗର, ରେଙ୍ଗାଲି, ସୁନ୍ଦରଗଡ଼, କୁଚିଣ୍ଡା, ସମ୍ବଲପୁର ଆଦି ଆଖପାଖ ନିର୍ବାଚନ ମଣ୍ଡଳୀରୁ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମନମୋହନ ସ୍କୁଲ ପଡ଼ିଆରୁ ଶୋଭାଯାତ୍ରା ବାହାରିବ ବୋଲି ଦଳ ପକ୍ଷରୁ ଶୋଭାଯାତ୍ରା ବାହାରିବ ।

ଏଠି କହିରଖିବୁ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଲଢିବେ । ଏ ନେଇ ଦଳ ପକ୍ଷରୁ  ତାଙ୍କର ନାଁ ଘୋଷଣା କରାଯାଇଥିଲା ।  ସେ ଗତ ୧୫ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଟିକେଟ ଆଣିଥିଲେ ।

କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଏବଂ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏହା ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରି ସାରିଲେଣି । ନାମାଙ୍କନ ପତ୍ର ଦାଖଲ ଅବସରରେ ଉଭୟେ ବିଜେପି ଏବଂ କଂଗ୍ରେସ ପକ୍ଷରୁ ବିଶାଳ ରାଲି ଓ ଶାେଭାଯାତ୍ରାର ଆୟାେଜନ କରାଯାଇଥିଲା ।

ଏପ୍ରିଲ ୨୦ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଏବଂ ଏପ୍ରିଲ ୨୪ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

 

Leave A Reply

Your email address will not be published.