Latest Odisha News

BREAKING NEWS

ଭୋଟ ଦେଲେ ଦୀପାଳି, ଟଙ୍କଧର; ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮% ମତଦାନ

ଝାରସୁଗୁଡା: ଖରାର ତାତି ଯେତେ ବଢୁଛି, ଝାରସୁଗୁଡାରେ ରାଜନୈତିକ ବାତାବରଣ ସେତେ ତାତୁଛି । ଆଜି ସକାଳ ୭ଟାରେ ଆରମ୍ଭ ହୋଇ ଯାଇଛି ମତଦାନ । ମତଦାନ ମନ୍ଥର ଗତିରେ ଚାଲିଥିବା ଦେଖିବାକୁ ମିଳିଛି । ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ମତଦାନ ହୋଇଥିଲା । ଦିନ ବଢିବା ସହ ଭୋଟରଙ୍କ ଭିଡ ମତଦାନ କେନ୍ଦ୍ରରେ ବଢୁଥିବା ଲକ୍ଷ୍ୟ କରାଯାଇଛି ।  ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଛି ।

ଇତି ମଧ୍ୟରେ ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ଟକ୍କର ହେଉଛି । ଇତିମଧ୍ୟରେ ସକାଳୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧୯ ନମ୍ବର ୱାର୍ଡର ୭୦ ନମ୍ବର ବୁଥରେ ଭୋଟ୍ ଦେଇଥିବାବେଳେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ସରବହାଲରେ ୩୩ ନମ୍ବର ବୁଥରେ ନିଜ ପରିବାର ସହ ଭୋଟ ଦେଇଛନ୍ତି  ।

ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡାରେ ହେଉଛି ଉପନିର୍ବାଚନ । ଏଥିରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ନବଙ୍କ ଝିଅ ଦୀପାଳି । ଆଜି ଭୋଟ ଦେବା ପରେ ଦୀପାଳି କହିଛନ୍ତି, ଝାରସୁଗୁଡାବାସୀ ସଠିକ୍ ପ୍ରାର୍ଥୀ ବାଛିବେ ।  ମୋ ବାପାଙ୍କୁ ଯେଉଁମାନେ ଭଲ ପାଉଥିଲେ ସେମାନଙ୍କ ପାଇଁ ଏହା ଏକ ଦୁଃଖଦ ସମୟ । ବାପାଙ୍କ ଆଶୀର୍ବାଦ ଓ ଝାରସୁଗୁଡାବାସୀଙ୍କ ଆଶୀର୍ବାଦ ରହିଛି, ତେଣୁ ଅଧିକ ଭୋଟରେ ଜିତିବୁ ବୋଲି ଆଶା ଅଛି ।

ଆଜି ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ଟକ୍କର ହେଉଛି ।  ଏଥିପାଇଁ ଝାରସୁଗୁଡ଼ା ପୌର ପରିଷଦ ସହ ଝାରସୁଗୁଡ଼ା, କୋଲାବିରା, ଲଇକେରା ଓ କିର୍ମିରା ବ୍ଲକରେ ମୋଟ୍ ୨୫୩ଟି ବୁଥ୍ ପ୍ରତିଷ୍ଠା କରାଯାଇଛି । ଆଦର୍ଶ ଓ ପିଙ୍କ ବୁଥରେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଖରା ବଢୁଥିବାରୁ ସ୍କ୍ୱାସ୍, ପାଣି, ସରବତ, ତରଭୁଜ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.