Latest Odisha News

BREAKING NEWS

ସଫଳ ହେଲା ରାହୁଲଙ୍କ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି । ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପରଜ୍ୟାଂଟସର ଅଧିନାୟକ ଦାୟିତ୍ୱ ସେ ତୁଲାଉଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ସେ ଆଘାତପ୍ରାପ୍ତ ହୋଇଥିଲେ । ଏହା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଅସ୍ତ୍ରୋପଚାର କରିବା ପାଇଁ ରାଜି ହୋଇଥିଲେ । ରାହୁଲ ସୋସିଆଲ ମିଡିଆରେ ଅସ୍ତ୍ରୋପଚାର ସଫଳ ହେବା ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି । ସେ ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ ଏ ନେଇ ଧନ୍ୟବାଦ ଜଣାଇଛନ୍ତି । ଖୁବ ଶୀଘ୍ର ସୁସ୍ଥ ହୋଇ ପଡିଆକୁ ଫେରିବି ବୋଲି ସେ କହିଛନ୍ତି ।

ରାହୁଲ ଖରାପ ଫର୍ମ ନେଇ ପୂର୍ବରୁ ସମାଲୋଚିତ ହେଉଥିଲେ । ତେବେ ଆଇପିଏଲରେ ତାଙ୍କ ପ୍ରଦର୍ଶନ ସେତେଟା ଖରାପ ନ ଥିଲା । ଆଇପିଏଲରେ ଲକ୍ଷ୍ନୌ ୧୧ ପଂଏଟ ହାସଲ କରି ଏବେ ୪ର୍ଥ ସ୍ଥାନରେ ରହିଛି । ନିକଟରେ ରାହୁଲଙ୍କ ଅସୁସ୍ଥତା ନେଇ ତାଙ୍କ ଶ୍ୱଶୂର ସୁନୀଲ ସେଟ୍ଟୀ କହିଥିଲେ ପଡିଆ ରହିବ, ଖେଳାଳି ବଦଳିବେ । ଆମକୁ ସମସ୍ତ ପ୍ରକାର ପରିସ୍ଥିତି ସହ ମୁକାବିଲା କରିବ ଚଳିବାକୁ ପଡିବ ।

Leave A Reply

Your email address will not be published.