Latest Odisha News

ଗଣତି ରାଉଣ୍ଡ ବଢୁଛି, ଭୋଟ ବ୍ୟବଧାନ ବି ବଢୁଛି: କେତେ ଭୋଟରେ କିଏ ଆଗେଇଲା ?

ଝାରସୁଗୁଡା: ଆଗେଇ ଚାଲିଛି ବିଜେଡି ।  ୯ ରାଉଣ୍ଡ ଗଣତି ସରିଥିବାବେଳେ ବିଜେଡି ଯେତିକି ଆଗେଇ ଚାଲିଛି ବିଜେପି ଓ କଂଗ୍ରେସ ସେତିକି ପଛରେ ରହି ଯାଉଥିବା ଲକ୍ଷ୍ୟ କରାଯାଉଛି । ବଢି ଚାଲିଛି ଭୋଟର ବ୍ୟବଧାନ ।

୯ମ  ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୨୫ ହଜାରରୁ ଅଧିକ ଭୋଟରେ ଆଗରେ ଅଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅର୍ଥାତ ବିଜେପି ପ୍ରାର୍ଥୀ ଟଙ୍କଧରଙ୍କଠାରୁ ୧୫, ୭୫୧ ଭୋଟରେ ଆଗରେ ଅଛନ୍ତି ।

୯ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୫୭, ୬୫୦  ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୩୨, ୧୬୬  ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ୩, ୦୬୬ ଖଣ୍ଡ ଭୋଟ ମିଳିଛି

ଯେତେ ଅଧିକ ରାଉଣ୍ଡ ଗଣନା ସରୁଛି ବିଜେଡି ସେତେ ଅଧିକ ଭୋଟରେ ଆଗଉଥିବା ଦେଖିବାକୁ ମିଳିଛି ।

୧୯୮୦ ମସିହାରୁ ଏ ପର୍ଯ୍ୟନ୍ତ ଦେଖିବାକୁ ଗଲେ ଝାରସୁଗୁଡା ମୁଖ୍ୟତଃ କଂଗ୍ରେସ କବ୍ଜାରେ ଥିଲା । ୧୯୮୦, ୧୯୮୫, ୧୯୯୫ ନିର୍ବଚନରେ ଏହି ବିଧାନସଭା ଆସନରୁ କଂଗ୍ରେସ ଜିତୁଥିଲା । ୧୯୮୦ରୁ ୧୯୯୫ ମଧ୍ୟରେ ଥରେ ଏହି ଆସନ ଜନତା ଦଳ ହାତକୁ ଯାଇଥିଲା । ହେଲେ ୨ ହଜାର ପରେ ଏହି ଆସନରୁ ବିଜେଡି ଲଗାତାର ୨ ଥର ଜିତିଥିଲେ । ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଏହି ଆସନରୁ ଜିତିଥିଲେ । ୨୦୦୯ ଏବଂ ୨୦୧୪ରେ ନବ ଦାସ କଂଗ୍ରେସ ଟିକେଟରେ ଲଢି ଏହି ଆସନରୁ ଜିତିଥିଲେ । ଆଉ ତୃତୀୟ ଥର ପାଇଁ ୨୦୧୯ରେ ବିଜେଡି ଟିକେଟରୁ ଲଢି ନବ ଦାସ  ସର୍ବାଧିକ ଭୋଟରେ ଜିତିଥିଲେ । ୨୦୦୯ରେ ସେ ୬୨ ହଜାର ୬୬୩ ଏବଂ ୨୦୧୪ରେ ୭୪, ୪୯୯ ଭୋଟ ପାଇଥିଲାବେଳେ ୨୦୧୯ରେ ପାଇଥିଲେ ୯୮, ୬୨୦ ଖଣ୍ଡ ଭୋଟ ।

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ଲଢୁଛନ୍ତି  ଝିଅ ଦୀପାଳି ଦାସ । ତେବେ ଦୀପାଳି କେତେ ଭୋଟରେ ଜିତୁଛନ୍ତି ତାହା ଶେଷ ରାଉଣ୍ଡ ଗଣତିରୁ ଜଣାପଡିବ ।

Leave A Reply

Your email address will not be published.