ଭୁବନେଶ୍ୱର : ଝାରସୁଗୁଡା ମୁଖ୍ୟ ଷ୍ଟେସନର ଆଧୁନିିକୀକରଣ କରାଯାଉଥିବା ବେଳେ ଏହାକୁ ନଜରରେ ରଖି ରେଳବାଇ ପକ୍ଷରୁ କେତେକ ଟ୍ରେନ ଚଳାଚଳରେ ପରିବର୍ତ୍ତନ ହୋଇଛି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ବସ ସେବା ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଛି ।
ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ପ୍ରଥମ ଟ୍ରେନ ଭାବେ ବିଶାଖାପଟ୍ଟନମ୍-ଅମୃତସର-ବିଶାଖାପଟ୍ଟନମ୍ ହୀରାକୁଦ ଏକ୍ସପ୍ରେସର ଗତି ପରିବର୍ତ୍ତନ କରାଯିବ । ଏହା ଝାରସୁଗୁଡା ରୋଡ ଦେଇ ଆଇବି-ବେଲପାହାଡ ଷ୍ଟେସନ ମଧ୍ୟରେ ଚାଲିବ । ଏହା ପରେ ପରବର୍ତ୍ତୀ ସୂଚନା ମିଳିବ ।
ଗତି ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ରେଳବାଇ ମୁଖ୍ୟ ଷ୍ଟେସନ ଓ ଝାରସୁଗୁଡା ଷ୍ଟେସନର ୧.୫କିମି. ଦୂରତା ମଧ୍ୟରେ ମାଗଣା ବସ ସେବା ବ୍ୟବସ୍ଥା ପ୍ରଦାନ କରାଯିବା ନେଇ ସୂଚନା ମିଳିଛି ।
Comments are closed.