Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ ଝାରସୁଗୁଡା ଜିଲ୍ଲା ଚିକିତ୍ସା ଅଧିକାରୀ

ଝାରସୁଗୁଡ଼ା : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସା ଅଧିକାରୀ ଉଷାରାଣୀ ଦାଶ ।

ମିଳିଥିବା ସୂଚନା ଅନୁଯାୟୀ ଇଲେକ୍ଟିକାଲ୍ ଠିକାଦାରଙ୍କ ବିଲ୍ ପାସ୍ କରାଇଦେବା ପାଇଁ ଉଷାରାଣୀ ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରବର୍ତ୍ତୀ ସମୟରେ ଏନେଇ ଉକ୍ତ ଠିକାଦାର ଦେବାନନ୍ଦ ବାରିକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ଦେବାନନ୍ଦଙ୍କ ଅଭିଯୋଗକୁ ଆଧାର କରି ପୂର୍ବ ଯୋଜନା ମୁତାବକ ନିଜ ଚାମ୍ବର ମଧ୍ୟରେ ଉଷାରାଣୀ ଦେବାନନ୍ଦଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛି ବୋଲି ପ୍ରକାଶ କରିଛନ୍ତି ସମ୍ବଲପୁରର ଅତିରିକ୍ତ ଭିଜିଲାନ୍ସ ଏସପି ରବୀନ୍ଦ୍ର ପ୍ରଧାନ ।

ଆହୁରିମଧ୍ୟ ପାଖାପାଖି ୭୦ ହଜାର ଟଙ୍କାର ବିଲ୍ ପାସ କରାଇବା ନେଇ ଉଷାରାଣୀ ସମ୍ପୃକ୍ତ ଠିକାଦାରଙ୍କ ଠାରୁୁ ୫ ହଜାର ଟଙ୍କା ଉତ୍କୋଚ ଦାବି କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.