Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେବ ଝାରସୁଗୁଡା-ପାଟନା ମଧ୍ୟରେ ବିମାନ ଚଳାଚଳ

ଝାରସୁଗୁଡା: ଦେଶର ଦ୍ୱିତୀୟ ବୃହତ୍ତମ ବିମାନ କମ୍ପାନୀ ସ୍ପାଇସଜେଟ୍ ପଶ୍ଚିମ ଓଡିଶା ସହରର ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛି। ଶନିବାର ଦିନ ଅର୍ଥାତ୍‌ ଆଜିଠୁ ଝାରସୁଗୁଡା ଏବଂ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ କରିଛି।

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଅଧିକାରୀ କିଶୋର କୁମାର ସେନାପତି ସୂଚନା ଦେଇଛନ୍ତି ଯେ ଏହି ବିମାନଟି ପାଟନା ବିମାନ ବନ୍ଦରରୁ ୩.୦୫ ରେ ଛାଡି ଅପରାହ୍ନ ୪.୨୦ ରେ ଝାରସୁଗୁଡାରେ ପହଞ୍ଚିବ। ଏହି ବିମାନ VSS ବିମାନବନ୍ଦରରୁ ୪.୪୦ ରେ ଛାଡି ପାଟନା ବିମାନ ବନ୍ଦରରେ ୫.୫୫ ରେ ପହଞ୍ଚିବ।

ସୂଚନା ଥାଉ କି, ସ୍ପାଇସଜେଟ୍ ଜାନୁୟାରୀ ୧୨ ରେ ଝାରସୁଗୁଡାରୁ ମୁମ୍ବାଇ ଏବଂ ବେଙ୍ଗାଲୁରୁ ଅଭିମୁଖେ ବିମାନ ସେବା ଆରମ୍ଭ କରିଥିଲା ଏବଂ ଚଳିତ ବର୍ଷ ମାର୍ଚ୍ଚ ୨୮ ରୁ ଝାରସୁଗୁଡା ଏବଂ ଚେନ୍ନାଇ ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଥିଲା।

Leave A Reply

Your email address will not be published.