Latest Odisha News

BREAKING NEWS

ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

ଝାରସୁଗୁଡ଼ା: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେ ର  ସରବାହାଲ ନିକଟରେ ଏକ କୋଇଲା ବୋଝେଇ ହାଇଓ୍ବା ବସ୍ କୁ ଧକ୍କା ଦେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ହାଇଓ୍ବା ଓ ବସ୍ ମଧ୍ୟରେ ଧକ୍କା ହେବା ଫଳରେ ୧୪ ଜଣ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି ।

ସନ୍ଧ୍ୟା ସମୟରେ ଭୂଷଣ କାରଖାନାରୁ ଝାରସୁଗଡ଼ାକୁ କର୍ମଚାରୀମାନଙ୍କୁ ନେଇ ଫେରୁଥିବା ଏକ ବସ  ସହ ଏକ କୋଇଲା ବୋଝେଇ ହାଇୱା ମଧ୍ୟରେ  ଦୁର୍ଘଟଣା ଘଟିଥିଲା। ହାଇୱାଟି ଭୁଲ ରାସ୍ତାରେ ଯାଇ ବସ କୁ ପିଟିଥିବା ଜଣାପଡିଛି । ଆହତ ସମସ୍ତଙ୍କୁ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସରେ ଥିବା ୧୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣଙ୍କର ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗୁରୁତର ଆହତଙ୍କ ମଧ୍ୟରୁ ୮ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।  ମୃତକ ମାନେ ହେଲେ ରାଜେନ୍ଦ୍ର ତିୱାରୀ, ସେର ବାହାଦୂର,ବ୍ରିଜପାଲ ସିଂହ, ପଙ୍କଜ ଝା ଓ ବିକାଶ କୁମାର ବୋଲି ସ୍ଥାନୀୟ ପୋଲିସ ପ୍ରକାଶ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.