ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଷ୍ଟାର ସିନିୟର ଖେଳାଳି ଝୁଲଣ ଗୋସ୍ୱାମୀ ତାଙ୍କ ଅବସର ନେଇ ଆଜି ଘୋଷଣା କରିଛନ୍ତି । ଚକଦା ଏକ୍ସପ୍ରେସ ଭାବେ ପରିଚିତ ଝୁଲଣ ଲର୍ଡସର ଐତିହାସିକ ଷ୍ଟାଡିୟମରେ କ୍ୟାରିୟର ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ ବୋଲି କହିଛନ୍ତି । ୨୪ ସେପ୍ଟମ୍ବରରେ ଏହି ମ୍ୟାଚ ଖେଳାଯିବ । ପଶ୍ଚିମବଙ୍ଗର ଚକଦାରେ ଜନ୍ମିତ ଝୁଲଣ ୬ ଜାନୁୟାରୀ ୨୦୦୨ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ୨୦ ବର୍ଷ କ୍ୟାରିୟରରେ ଝୁଲଣ ୨୮୧ ମ୍ୟାଚ ଖେଳି ସର୍ବାଧିକ ୩୫୨ ୱିକେଟ ଅକ୍ତିଆର କରିଛନ୍ତି । ମହିଳା ବିଶ୍ୱକପରେ ମଧ୍ୟ ସର୍ବାଧିକ ୱିକେଟ ଏବଂ ୨ ଥର ୪ ୱିକେଟ ନେବା ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି । ଏହା ପୂର୍ବରୁ ସେ ଟି୨୦ ଓ ଟେଷ୍ଟରୁ ଅବସର ଘୋଷଣା କରି ସାରିଥିଲେ । ୨୦୧୮ରେ ଶେଷ ଟି୨୦ ମ୍ୟାଚ ଓ ୨୦୨୧ ଅନ୍ତିମ ଟେଷ୍ଟ ଖେଳିଥିଲେ । ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ତାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିବା ପରେ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଫିଟନେସ ସମସ୍ୟା ନେଇ ଝୁଲଣ କିଛି ଦିନ ହେବ ସଂଘର୍ଷ କରୁଥିଲେ । ଝୁଲଣଙ୍କ ଜୀବନ ଉପରେ ଚକଦା ଏକ୍ସପ୍ରେସ ଫିଲ୍ମ ନିର୍ମିତ ହୋଇଥିଲା । ଏଥିରେ ଅନୁଷ୍କା ଶର୍ମା ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ।
BREAKING NEWS
- ସେନା ମେଡାଲ୍ ବିଜେତାଙ୍କୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର
- ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..
- ଫେସବୁକ୍-ଇନଷ୍ଟାଗ୍ରାମରେ ଚାଲିଛି ଶିଶୁ ଯୌନ ଶୋଷଣ ବିଜ୍ଞାପନ! କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
- Weapons in Space: ଅନ୍ତରୀକ୍ଷରେ ଆମେରିକାର ଅସ୍ତ୍ର! ରୁଷ-ଚୀନକୁ ବଡ଼ ଚେତାବନୀ, ମହାକାଶରେ ଆରମ୍ଭ ହେବ କି ନୂଆ ଯୁଦ୍ଧ?
- ଚିନ୍ତାରେ ପାକ୍ ସରକାର : ପେଟ୍ରୋଲ ପାଇଁ “ଲକ୍ ଡାଉନ୍ “ଭଳି ଆଗକୁ ବ୍ୟବସ୍ଥା
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!

Comments are closed.