Latest Odisha News

BREAKING NEWS

ଜିଆ ଖାନ ଆତ୍ମହତ୍ୟା ଘଟଣା: ସିବିଆଇକୁ ପ୍ରଭାବିତ କରି କେସ୍ ବନ୍ଦ କରି ଦେଇଥିଲେ ସଲମାନ !

ମୁମ୍ବାଇ: ରବିବାର ଦିନ ବଲିଉଡର ଉଦିୟମାନ କଳାକାର ସୁଶାନ୍ତ ସିଂ ରାଜପୁତ ନିଜ ବାସଭବନରେ ଆତ୍ମହତ୍ୟା କରିବା ପରେ ବଲିଉଡରେ ପରିବାରବାଦ୍ ଉପରେ ଅନେକ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଯାହା ଅପକମିଙ୍ଗ କଳାକାରଙ୍କ କ୍ୟାରିଅରକୁ ନଷ୍ଟ କରି ଦେଉଛି । ନିକଟରେ ସ୍ୱର୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମା ମଧ୍ୟ ତାଙ୍କ ଝିଅର ଆତ୍ମହତ୍ୟା ସମ୍ପର୍କରେ ଖୋଲାଖୋଲି କଥା ହୋଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଝିଅଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇ ଅଧିକାରୀଙ୍କୁ ପ୍ରଭାବିତ କରି ସଲମାନ ଖାନ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସୁରଜ ପାଞ୍ଚୋଲିଙ୍କୁ ମୁକ୍ତ କରିବାରେ ସଫଳ ହୋଇଛନ୍ତି। ଜିଆ ଖାନଙ୍କ ମା ରାବିୟା ଖାନ କହିଛନ୍ତି ଯେ, ଏହି ମାମଲା ପାଇଁ ତାଙ୍କୁ ଲଣ୍ଡନରୁ ମୁମ୍ବାଇ ଡକାଯାଇଥିଲା। ଯେତେବେଳେ ସେ ସିବିଆଇ ଅଧିକାରୀଙ୍କୁ ଭେଟିଥିଲେ, ସେ ତାଙ୍କୁ କହିଥିଲେ “ଯେ ସଲମାନ ଖାନ ତାଙ୍କୁ ଡାକିବା ସହ ମାମଲା ବନ୍ଦ କରିବାକୁ କହିଛନ୍ତି।

BjdElectrycity

ସଲମାନ ସୁରଜଙ୍କୁ ଲଞ୍ଚ କରାଇବା ପାଇଁ ଫିଲ୍ମ ‘ହିରୋ’ରେ ବହୁ ଅର୍ଥ ବିନିଯୋଗ କରିଥିବାରୁ ସୁରଜଙ୍କଠାରୁ ଦୂରରେ ରହିବାକୁ ଅଧିକାରୀଙ୍କୁ କହିଥିଲେ। ଜିୟା ଖାନଙ୍କ ମା କହିଛନ୍ତି ଜିଆ ଖାନ ୨୦୧୩ ରେ ଆତ୍ମହତ୍ୟା କରିଥିଲେ। ସିବିଆଇ ଆଇପିସି ର ଧାରା ୩୦୬ ଅନୁଯାୟୀ ଆତ୍ମହତ୍ୟା ପାଇଁ ଜିଆଙ୍କ ପ୍ରେମିକ ସୁରଜ ପଞ୍ଚୋଲିଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ମାମଲା ଏବେ ବି କୋର୍ଟରେ ଅଛି।

Leave A Reply

Your email address will not be published.