ଭୁବନେଶ୍ୱର: ଜୁନ୍ ୧୮ ତାରିଖ (ଗୁରୁବାର)ରୁ ଆରମ୍ଭ ହେବ ରାଜ୍ୟର ୨୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା । ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ। ଏହି ନାମ ଲେଖା ପକ୍ରିୟା ୪ଟି ପର୍ଯ୍ୟାୟରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ୬ଷ୍ଠ ଶ୍ରେଣୀରେ ନାମଲେଖା ହେବାକୁ ଥିବା ବେଳେ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ନାମଲେଖା କରାଯିବ ବୋଲି ସୂଚନା ମିଳିଛି।
ଏହା ଭିତରେ ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷାର ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ ମଧ୍ୟ ଶେଷ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଲିଙ୍ଗରାଜ ପଣ୍ଡା ଦେଇଥିବା ସୂଚନା ଅନୁସାରେ ମେଧାବୀ ତାଲିକା ଓ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କ ତାଲିକା ଜିଲ୍ଲାପାଳ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଚେୟାରମ୍ୟାନଙ୍କ ଦ୍ବାରା ଜିଲ୍ଲାସ୍ତରରେ ଅନୁମୋଦିତ ହୋଇସାରିଛି ।
ମେଧାବୀ ତାଲିକା ଅନୁଯାୟୀ ଓ ଲାଟେରାଲ ଏଣ୍ଟ୍ରି ଛାତ୍ରଛାତ୍ରୀଙ୍କ ନାମଲେଖା ଜୁନ୍ ୧୮ରୁ ୨୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଅନ୍ୟପଟେ ଜୁନ୍ ୨୯ରୁ ଜୁଲାଇ ୪ ମଧ୍ୟରେ କରାଯିବ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କ ନାମଲେଖା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁଯାୟୀ ଜୁଲାଇ ୧୫ ସୁଦ୍ଧା ନାମଲେଖା ଶେଷ ହେବ।
BREAKING NEWS
- ରାଜ୍ୟ ପାଇଁ ଗର୍ବର ବିଷୟ: ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରି ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ିଲା ଭୁବନେଶ୍ୱର ବିମାନବନ୍ଦର
- କଟକରେ ପୁଣି ଡେଙ୍ଗୁ ଆତଙ୍କ: ଚିହ୍ନଟ ହେଲେ ୩ ନୂଆ ଆକ୍ରାନ୍ତ, ପ୍ରଶାସନର ବଢ଼ିଲା ଚିନ୍ତା
- ବଲାଙ୍ଗୀରରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଠାବ: ସ୍ୱାମୀ-ସ୍ତ୍ରୀଙ୍କ ସମେତ ୭ ଗିରଫ, ୯ ଯୁବତୀ ଉଦ୍ଧାର
- Reprehensible act of vandalism:୧୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଭଙ୍ଗିଲା ପାକିସ୍ତାନ; ଭାରତ ଦୃଢ଼ ଆପତ୍ତି ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି
- Fertilizer Black-Marketing:ସାର କଳାବଜାର; ୯୬ ଡିଲରଙ୍କ ଲାଇସେନ୍ସ ବାତିଲ,୨୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍
- କ୍ଷେପଣାସ୍ତ୍ର ନିର୍ମାଣରେ ଇରାନକୁ ସାହାଯ୍ୟ କରୁଛି ଋଷିଆ !
- କୋଲ୍ଡ ଡ୍ରିଙ୍କସ୍ରେ କାହିଁକି କମ୍ ଥାଏ ଚିନି?ଜାଣନ୍ତୁ ବ୍ରିଟେନ ଓ ଭାରତର କୋଲ୍ଡ ଡ୍ରିଙ୍କସ୍ ମଧ୍ୟରେ ଥିବା ବଡ଼ ଫରକ
- ରୋହିତ, ସାମୀ ଓ ଭୁବନେଶ୍ୱର କାହିଁକି ନେଉନାହାନ୍ତି ଅବସର?
- ଆଗକୁ ପାର୍ବଣ, ବଜାରରେ ଅନିଶ୍ଚିତତା: ଆମେରିକାର ଆର୍ଥିକ ସ୍ଥିତି ବଦଳାଇବ କି ସୁନା ଦର?
- ରିଲାଏନ୍ସର ନୂଆ ଧମାକା: ଲଞ୍ଚ ହେଲା JioPC କ୍ଲାଉଡ୍ ପ୍ଲାନ୍, ପୁରୁଣା କମ୍ପ୍ୟୁଟର ପାଲଟିବ ସୁପରକମ୍ପ୍ୟୁଟର

Comments are closed.