Latest Odisha News

BREAKING NEWS

ରିଲିଜ ହେଲା ‘ଜିଗରା’ ଟିଜର, ଆକ୍ସନ୍‌ ଅବତାରରେ ଆଲିଆ ଭଟ୍ଟ

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନାଙ୍କ ଆଗାମୀ ଚଳଚ୍ଚିତ୍ର ‘ଜିଗରା’ର ଟିଜର ରିଲିଜ ହୋଇଛି। ଟିଜରରେ ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନା ଦୁହିଁଙ୍କୁ ଭାଇ ଏବଂ ଭଉଣୀ ଚରିତ୍ରରେ ଦେଖିବାକୁ ମିଳିଛି । ଟିଜରରେ ଆଲିଆ ତାଙ୍କ ଭାଇ ସହ ଝଗଡା କରୁଥିବା ଦେଖିବାକୁ ମିଳିଛି । ‘ଜିଗରା’ ଟିଜରର ଆରମ୍ଭ ଆଲିଆ ଭଟ୍ଟଙ୍କ ଡାଇଲୋଗରୁ ହୋଇଛି । ଟିଜର ଆରମ୍ଭରୁ ଆଲିଆ ‘ମା’ ଙ୍କୁ ଭଗବାନ ନେଇଗଲେ, ପାପା ନିଜେ ନିଜର ଜୀବନ ନେଇଗଲେ, ଦୂର ସମ୍ପର୍କୀୟ ଆଶ୍ରୟ ଦେଇ ଭଡା ସଂଗ୍ରହ କଲେ. ଛାଡନ୍ତୁ ନା ଭାଟିଆ ସାହେବ, ଏ କାହାଣୀ ବହୁତ ଲମ୍ବା ଏବଂ ଭାଇ ପାଖରେ ସମୟ ବହୁତ କମ୍’ କହୁଥିବା ନଜର ଆସିଛନ୍ତି ।

‘ଜିଗରା’ଟିଜରରେ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଭାଇଙ୍କ ପାଇଁ ସୁରକ୍ଷା କବଚ ହୋଇ ରହିଥିବା ଦେଖିବାକୁ ମିଳିଛି । ଅନେକ ଅସୁବିଧାର ସମ୍ମୁଖିନ ହୋଇ ସେ ତାଙ୍କ ଭାଇଙ୍କୁ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ସେପଟେ ଭାଇ ଚରିତ୍ରରେ ଅଭିନୟ କରୁଥିବା ବେଦାଙ୍ଗ ରାଇନାଙ୍କୁ ବିଦେଶରେ ପୋଲିସ ଗିରଫ କରିଛି। ତେବେ ଟିଜର ସହିତ କିଶୋର କୁମାରଙ୍କ ଗୀତ ‘ଏକ ହଜାରୋ ମେଁ ମେରୀ ବେହେନା ହେ’ର ରିମିକ୍ସ ଭର୍ସନ ସେୟାର କରିଛନ୍ତି ନିର୍ମାତା ।

ଆଲିଆ ଭଟ୍ଟ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଜିଗରା’ର ଟିଜର ସେୟାର କରିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି – କାଉଣ୍ଟଡାଉନ୍ ଆରମ୍ଭ ହୋଇଛି, ‘ଜିଗରା’ର ଟିଜର-ଟ୍ରେଲର ରିଲିଜ ହୋଇଛି । ‘ଜିଗରା’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବସାନ ବାଲା। ଟିଜର ପୂର୍ବରୁ ଆଲିଆ କ୍ରମାଗତ ଭାବରେ ଫିଲ୍ମର ପୋଷ୍ଟର ସେୟାର କରୁଥିଲେ। ଏବେ ଫିଲ୍ମର ଟିଜର ରିଲିଜ ହୋଇଛି। ଆସନ୍ତା ଅକ୍ଟୋବର ୧୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ‘ଜିଗରା’ । ଧର୍ମ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଚଳଚ୍ଚିତ୍ରରେ ଆଦିତ୍ୟ ନନ୍ଦା ଏବଂ ମନୋଜ ପହୱା ମଧ୍ୟ ନଜର ଆସିବେ।

Comments are closed.