ୱାଶିଂଟନ: ଆମେରିକାର ୩୯ ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଚିକିତ୍ସାଧୀନ ଥିଲେ। ନଭେମ୍ବର ୨୦୨୩ରେ ତାଙ୍କ ପତ୍ନୀ ରୋସାଲିନଙ୍କର ମୃତ୍ୟୁ ହୋଇଥିଲା।
କାର୍ଟରଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ରାଷ୍ଟ୍ରପତି ଜୋ ବିଡେନ କହିଛନ୍ତି ଯେ ବିଶ୍ୱ ଜଣେ ମହାନ ନେତାଙ୍କୁ ହରାଇଛି।
ଉଲ୍ଲେଖଯୋଗ୍ୟ, ଜିମି କାର୍ଟର ଗତ କିଛି ଦିନ ହେବ ମେଲାନୋମା ରୋଗରେ ପୀଡିତ ଥିଲେ। ଯାହା ଚର୍ମ କର୍କଟର ଅନ୍ୟ ଏକ ରୂପ। ଯାହାଫଳରେ ତାଙ୍କର ମସ୍ତିଷ୍କ ଏବଂ ଯକୃତ ଉପରେ ଗମ୍ଭୀର ପ୍ରଭାବ ପଡିଥିଲା।
ରାଷ୍ଟ୍ରପତି ପଦ ଛାଡିବା ପରେ ମଧ୍ୟ ସେ ମାନବିକତା କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଥିଲେ। ଏପରିକି ୨୦୦୨ରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମଧ୍ଯ ପ୍ରଦାନ କରାଯାଇଥିଲା।
Comments are closed.