Latest Odisha News

୪ ହଜାର ଟଙ୍କାର ୫ଜି ଫୋନ ଲଞ୍ଚ କରିବ ଜିଓ !

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଚଳିତ ବର୍ଷର ଜେନେରାଲ ମିଟିଂ ସମୟରେ ମୁକେଶ ଅମ୍ବାନୀ ଗୁଗୁଲ ସହଭାଗିତାରେ ଜିଓ ଦ୍ୱାରା ଏକ ଶସ୍ତା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଲଞ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି। ଉଭୟ ଗୁଗୁଲ ଏବଂ ଜିଓ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ସ୍ୱଳ୍ପ ମୂଲ୍ୟର ୪ଜି-୫ଜି ଫୋନ୍ ଆଣୁଥିବା ଆଶା କରାଯାଉଛି।

ସ୍ୱଳ୍ପ ମୂଲ୍ୟର ଏହି ଫୋନ୍ ସମ୍ବନ୍ଧରେ କିଛି ତଥ୍ୟ ପ୍ରକାଶ ପାଇଛି..

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୦ ମିଲିୟନ ଏଣ୍ଟ୍ରି ଲେଭଲ୍ ସ୍ମାର୍ଟଫୋନ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏଥିସହ କମ୍ପାନୀ ସମସ୍ତ ସ୍ଥାନୀୟ ଉତ୍ପାଦକମାନଙ୍କୁ ସେମାନଙ୍କର ଉତ୍ପାଦନକୁ ତ୍ୱରାନ୍ୱିତ କରିବାକୁ କହିଛି।

ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶା ଯାଇଛି ଯେ, ଏହି ଫୋନରେ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ଏବଂ ପ୍ଲେ ଷ୍ଟୋରର ଅନେକ ଅପ୍ଟିମାଇଜେସନ୍ ଦେଖିବାକୁ ମିଲିପାରେ। ଏଥିସହ ରିପୋର୍ଟରେ ଦର୍ଶାଯାଇଛି ଯେ ଏଥିରେ ଏକ ଶସ୍ତା ଡାଟା ପ୍ୟାକ୍ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ । ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ମାତ୍ର ୪,୦୦୦ ଟଙ୍କା ରଖାଯିବ।

ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ଫୋନ୍ ୨୦୨୦ ଶେଷ କିମ୍ବା ୨୦୨୧ ଆରମ୍ଭରେ ଲଞ୍ଚ ହୋଇପାରେ ।

Comments are closed.