Latest Odisha News

BREAKING NEWS

ସେପ୍ଟେମ୍ବରରେ ଜିଓ ଫାଇବର୍: କେମିତି ପାଇବେ ୧୦୦ ଏମବିପିଏସ ଇଣ୍ଟରନେଟ୍ ସ୍ପିଡ୍ ! ଜାଣନ୍ତୁ…

ମୁମ୍ବାଇ: ଭାରତର ବୃହତ ଯୋଗାଯୋଗ ନେଟୱର୍କ ସେବା ରିଲାଏନ୍ସ କମ୍ପାନୀର ବାର୍ଷିକ ସାଧାରଣ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କମ୍ପାନୀ ପକ୍ଷରୁ ଜିଓ ଫାଇଭର୍ ହାଇସ୍ପିଡ଼ ବ୍ରୋଡ଼ବ୍ୟାଣ୍ଡ୍ ଇଣ୍ଟରନେଟ୍ ସେବା, ଲ୍ୟାଣ୍ଡଲାଇନ ତଥା ଜିଓ ହୋମ୍ ଟିଭି ତଥା ଜିଓ ଆଓଟି ସେବା ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ଘୋଷଣା କରିଛି ।

ଏହି ଘୋଷଣା ଅନୁଯାୟୀ ବହୁ ପ୍ରତୀକ୍ଷିତ ଜିଓ ଫାଇବର ସେବା ଆସନ୍ତା ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଜିଓ ଫାଇବର୍ ମାଧ୍ୟମରେ ଉପଭୋକ୍ତାମାନେ ମାସିକ ୭୦୦ ଟଙ୍କାରେ ୧୦୦ ଏମବିପିଏସ ସ୍ପିଡ଼ ଇଣ୍ଟରନେଟ ସେବା ପାଇପାରିବେ । ଏହାବ୍ୟତୀତ ଏହି ପ୍ୟାକେଜ ମାସିକ ସର୍ବାଧିକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ରହିଛି ।

ଏହି ଅବସରରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୂଚନାଦେଇ କହିଛନ୍ତି, “ଆମେରିକାରେ ଆଭରେଜ୍ ଇଣ୍ଟରନେଟ ସ୍ପିଡ଼ ୯୦ ଏମବିପିଏସ ରହିଥିବା ବେଳେ ଭାରତରେ ଜିଓ ଫାଇବର୍ ମାଧ୍ୟମରେ ୧୦୦ ଏମବିପିଏସର ସ୍ପିଡ଼ ସେବା ଯୋଗାଇଦେବ ।”

ସେ ଆହୁରି ମଧ୍ୟ ଘୋଷଣା କରି କହିଛନ୍ତି ଯେ, ଆଇଏସଡ଼ି କଲିଂ ତାରିଫ୍ ୧/୫ମ ରୁ ୧/୧୦ମ ର ଇଣ୍ଡଷ୍ଟ୍ରି ରେଟ୍ ଦ୍ୱାରା ଯୋଗାଇ ଦିଆଯିବ । ଏହାଛଡ଼ା ଅନଲିମିଟେଡ଼ ୟୁଏସ/କାନାଡ଼ା କଲିଂ ପ୍ୟାକେଜ୍ ମାସିକ ୫୦୦ ଟଙ୍କାରେ ଯୋଗାଇ ଦେବାକୁ କମ୍ପାନୀ ସ୍ଥିର କରିଛି । ଜିଓରେ ଏବେ ମିଳୁଥିବା ମାଗଣା ଲୋକାଲ୍ କଲ୍ ପରି ଲ୍ୟାଣ୍ଡ ଲାଇନରେ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଶ୍ରୀ ଅମ୍ବାନୀ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.