Latest Odisha News

ସ୍କୁଲ ଫି ଟଙ୍କା ନୁହେଁ ପ୍ଲାଷ୍ଟିକ ବୋତଲ, ଜାଣନ୍ତୁ କେଉଁଠି ରହିଛି ଏହି ସ୍କୁଲ

ନାଇଜେରିଆ: ଆମେ ଆପଣଙ୍କୁ ଏପରି ଏକ ସ୍କୁଲ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ପିଲାଙ୍କୁ ପଢାଇବା ପାଇଁ ମୋଟା ଅଙ୍କର ଟଙ୍କା ନୁହେଁ ବରଂ ଦେବାକୁ ପଡ଼ିଥାଏ ଅଦରକାରୀ ପ୍ଲାଷ୍ଟିକ ବୋତଲ ।

ନାଇଜେରିଆର ଲାଗୋସ ସହରରେ ରହିଛି ଏହି ସ୍କୁଲ । ଏହାର ନାମ ମୋରିଟ ଇଣ୍ଟରନେଶନାଲ ସ୍କୁଲ।

ସ୍କୁଲରେ ଏପରି ବ୍ୟବସ୍ଥା ଦୁଇଟି କାରଣରୁ କରାଯାଇଛି। ପ୍ରଥମ କାରଣ ହେଉଛି ପରିବେଶକୁ ସଫା ରଖିବା। ସେହିପରି ପାରିବାରିକ ସ୍ଥିତିକୁ ମଜଭୁତ କରିବା ଏହାର ଦ୍ୱିତୀୟ କାରଣ ବୋଲି କୁହାଯାଉଛି।

ଏନେଇ ସ୍କୁଲ ପ୍ରଶାସନ କହନ୍ତି ଯେ “ଆମେ ପିଲାଙ୍କ ଅଭିଭାବକଙ୍କୁ ସ୍କୁଲ ଫିସ୍‍ ବାବଦକୁ ଟଙ୍କା ବଦଳରେ ଅଦରକାରୀ ବୋତଲ ଦେବାକୁ କହିଛୁ। ଏହି ବୋତଲରୁ ଯାହାବି ଟଙ୍କା ମିଳିବ ତାହାକୁ ପିଲାଙ୍କ ସ୍କୁଲ ଫିସ୍‍ ଭାବେ ଜମା କରି ଦିଆଯିବ”।

“ଆଜିର ସମୟରେ ପିଲାଙ୍କ ସ୍କୁଲର ପାଉଣା ଦେବା ସହଜ ନୁହେଁ। କିନ୍ତୁ ସ୍କୁଲ ପ୍ରଶାସନ ଦ୍ୱାରା ଯେବେଠାରୁ ଏହି ଯୋଜନା ଆରମ୍ଭ ହୋଇଛି, ସେବେଠାରୁ ପିଲାଙ୍କ ପାଠପଢା ସହଜ ହୋଇଯାଇଛି” ବୋଲି ଅଭିଭାବକ ମାନେ କହିଛନ୍ତି ।

Leave A Reply

Your email address will not be published.