Latest Odisha News

ଜିଓ ଗିଗା ଫାଇବର ଲଞ୍ଚ କଲା ୩୫୧ ଓ ୧୯୯ ପ୍ଲାନ୍…

ଭୁବନେଶ୍ୱର: ରିଲାଏନ୍ସ ନିଜର ଗିଗା ଫାଇବର ବ୍ରଡ଼ବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ପ୍ଲାନ ଲଞ୍ଚ କରିଛି ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିବ | ମାସିକ ୩୫୧ ଟଙ୍କା ଓ ସପ୍ତାହିକ ୧୯୯ ଟଙ୍କା ପ୍ଲାନ ଲଞ୍ଚ କରିଛି | ଏହି ପ୍ଲାନ ସବୁରେ ଗ୍ରାହକଙ୍କୁ ୧୦ ଏମବିପିଏସ ରୁ ନେଇ ୧୦୦ ଏମବିପିଏସ ପର୍ଯ୍ୟନ୍ତ ସ୍ପୀଡ଼ ମିଳିବ | ଏହାସହ ୫୦ ଜିବି ଡାଟା ମିଳିବ | ଜିଓ ଗିଗାଫାଇବର ୩୫୧ ଟଙ୍କା ପ୍ଲାନରେ ମାଗଣା ଲୋକାଲ ଓ ଏସଟିଡି କଲ, ଟିଭି ଭିଡ଼ିଓ କଲିଂ ମିଳିବ | ଜିଓର ଏହି ପ୍ଲାନ ତିନିମାସ, ଛଅ ମାସ , ଏକ ବର୍ଷ ବା ଦୁଇ ବର୍ଷ ପାଇଁ କିଣିପାରିବେ | ଏହି ପ୍ଲାନ ରେ ଗ୍ରାହକଙ୍କୁ ୧୦ ଏମବି ସ୍ପୀଡ଼ରେ ୫୦ ଜିବି ଡାଟା ମିଳିବ | ଯଦି ଗ୍ରାହକ ଧାର୍ଯ୍ୟ ସମୟ ପୂର୍ବରୁ ଏହି ଡାଟା ବାଲାନ୍ସ ସରିଯାଏ ତାହାଲେ ଡାଟା ସ୍ପୀଡ଼ କମି ୧ ଏମବିପିଏସ ହୋଇଯିବ | ଏହି ପ୍ଲାନ ଜିଏସଟି ସହ ଗ୍ରାହକଙ୍କୁ ୪୧୪.୧୮ ଟଙ୍କା ଦେବାକୁ ପଡିବ |

ସେହିପରି ୧୯୯ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୧୦୦ ଏମବିପିଏସ ସ୍ପୀଡ଼ ମିଳିବ | ଏହି ସପ୍ତାହିକ ପ୍ଲାନରେ ଗ୍ରାହକ ଙ୍କୁ ମାଗଣା ଲୋକାଲ ଓ ଏସଟିଡି କଲ, କମ୍ପଲିମେଟାରୀ ଟିଭି ଭିଡ଼ିଓ କଲିଂ ମିଳିବ | ଆଗରୁ ଜିଓ ଗିଗାଫଇବର ର ପ୍ଲାନ ୬୯୯ ରୁ ଆରମ୍ଭ ହୋଇ ୮,୪୯୯ ଟଙ୍କା ପର୍ଯ୍ୟନ୍ତ ଥିଲା | ଏହି ସମୟରେ କମ୍ପାନୀର ଏହି ପ୍ଲାନ ଗ୍ରାହକଙ୍କ ପାଇଁ ବଡ଼ ସ୍ୱାଗତ ଅଫର ଠାରୁ କମ ନୁହେଁ |

ନୂଆ ଗ୍ରାହକଙ୍କ ପାଇଁ ପ୍ରିଭ୍ୟୁ ଅଫର ବନ୍ଦ କରିଦେଇଛି | ଏହି ସମୟରେ ଏହି ନୂଆ ଅଫର ର ଫାଇଦା ଗ୍ରାହକମାନେ ଉଠାଇପାରିବେ | ନୂଆଭାବେ ଜିଓ ଗିଗା ଫାଇବରଫାଇବର ନେବାକୁ ଚାହୁଁଥିବା ଗ୍ରାହକ ମାନଙ୍କୁ ଏହି ପ୍ରିଭ୍ୟୁ ଅଫର ମିଳିବନି ତା ବଦଳରେ ଏହି ନୂଆ ପ୍ଲାନ ନେଇପାରିବେ ଯାହା ଗ୍ରାହକଙ୍କ ପକେଟକୁ ସୁହାଇବ |

Leave A Reply

Your email address will not be published.