Latest Odisha News

BREAKING NEWS

ପ୍ରୋଭିଡେଣ୍ଟ ଫଣ୍ଡ ପଇସା ଅନଲାଇନ ଟ୍ରାନ୍ସଫର ବହୁତ ସହଜ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା…

ଭୁବନେଶ୍ୱର: କର୍ମଚାରୀ ଭବିଷ୍ୟ ନିଧି ବା ଇପିଏଫ ଦରମାପାଉଥିବା କର୍ମଚାରୀଙ୍କ ପାଇଁ ଏକ ଅବସରକାଳୀନ ସଞ୍ଚୟ ଖାତା ସ୍କିମ ଅଟେ |

ବେତନଭୋଗୀ କର୍ମଚାରୀ ଯେବେ ନିଜ କମ୍ପାନୀ ବଦଳାନ୍ତି, ସେତେବେଳେ କର୍ମଚାରୀ ନିଜ ପିଏଫ ପଇସା ଟ୍ରାନ୍ସଫର କରନ୍ତି , ଏହାକୁ ଭଲ ବିକଳ୍ପ ବୋଲି ମାନନ୍ତି ନାହିଁ | ପିଏଫ ରାଶିକୁ ଦୁଇ ପ୍ରକାର ଉଭୟ ଅନଲାଇନ ଓ ଅଫଳାଇନ ମାଧ୍ୟମରେ ଟ୍ରାନ୍ସଫର କରାଯାଇଥାଏ |

ଅଫଲାଇନ ତୁଳନାରେ ଅନଲାଇନ ଅତ୍ୟନ୍ତ ସହଜ ସହଜ ଓ ଶୀଘ୍ର ଅଟେ | ବାର ଅଙ୍କ ବିଶିଷ୍ଟ ୟୁନିଭରସାଲ ଆକାଉଣ୍ଟ ନମ୍ବର ବା ୟୁଏଏନ ସିଷ୍ଟମ ରେ କେଇ ମିନିଟ ଭିତରେ କର୍ମଚାରୀ ଅତି ସହଜ ରେ ନିଜ ପିଏଫ ପଇସା ଟ୍ରାନ୍ସଫର କରିପାରିବ |

ଆସନ୍ତୁ ଜାଣିବା କିଭଳି ପଇସା ଟ୍ରାନ୍ସଫର କରିପାରିବେ 

ପ୍ରଥମେ କର୍ମଚାରୀ ଇପିଏଫ ୱେବସାଇଟ୍

https://unifiedportal-mem.epfindia.gov.in/memberinterface

କୁ ଲଗିନ କରିବାକୁ ପଡିବ | ଏହାପରେ କର୍ମଚାରୀ ଅନଲାଇନ ସର୍ଭିସକୁ ଯିବାକୁ ପଡ଼ିବ | ଏହାପରେ ଚାରିଟି ବିକଳ୍ପ ଦେଖାଦେବ |

ଏହି ବିକଳ୍ପ ମଧ୍ୟରୁ କର୍ମଚାରୀକୁ ଗୋଟିଏ ମେମ୍ବର ଗୋଟିଏ ଇପିଏଏଫ ଅର୍ଥାତ ଟ୍ରାନ୍ସଫର ରିକ୍ୟୁୱେଷ୍ଟ ବିକଳ୍ପରେ କ୍ଲିକ କରିବାକୁ ପଡିବ |

Leave A Reply

Your email address will not be published.