Latest Odisha News

BREAKING NEWS

ଓଡ଼ିଶାରେ ୧ ନମ୍ବର ସ୍ଥାନ ହାସଲ କରିବାରେ ସଫଳ ହୋଇଛି ଜିଓ

ଭୁବନେଶ୍ୱର: ଓଡ଼ିଶାରେ ୧ ନମ୍ବର ସ୍ଥାନ ହାସଲ କରିଛି ଜିଓ। ରାଜ୍ୟରେ ନିଜ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀ ମାସରେ ୧.୯ ଲକ୍ଷରୁ ଅଧିକ ଗ୍ରାହକ ସଂଗ୍ରହ କରିଛି। ଏ ନେଇ (ଟ୍ରାଇ) ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ।

ଏଥିସହିତ ଜିଓ ରାଜ୍ୟରେ ସର୍ବାଧିକ ୧.୪ କୋଟି ମୋବାଇଲ ଗ୍ରାହକ ଏବଂ ଏହି କ୍ଷେତ୍ରରେ ୪୧ ପ୍ରତିଶତରୁ ଉର୍ଦ୍ଧ୍ୱ ବଜାର ଅଂଶ ସହିତ ଓଡିଶା ଟେଲିକମ୍ ବଜାରରେ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ପରିବ୍ୟାପ୍ତ କରିଛି ।

ଟ୍ରାଇ ପକ୍ଷରୁ ପ୍ରକାଶିତ ମୋବାଇଲ ଗ୍ରାହକ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୦୨୧ ଫେବ୍ରୁଆରୀରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୧,୫୬,୭୮୩ ବୃଦ୍ଧି ହୋଇ ରାଜ୍ୟର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟା ୨୦୨୧ ଫେବ୍ରୁଆରୀ ୨୮ତାରିଖ ସୁଦ୍ଧା ୩.୪ କୋଟି ଅତିକ୍ରମ କରିଛି ।

ରିଲାଏନ୍ସ ଜିଓ ୨୦୨୧ ଫେବ୍ରୁଆରୀରେ ଓଡ଼ିଶାରେ ସର୍ବାଧିକ ୧,୯୦,୬୬୩ ସଂଖ୍ୟକ ନୂତନ ଗ୍ରାହକ ସହ ଯୋଡ଼ି ହୋଇଥିବା ବେଳେ ତାହା ପଛକୁ ରହିଛି ଏୟାରଟେଲ। ଏୟାରଟେଲ ଉକ୍ତ ମାସରେ ୬୬,୯୦୮ ଗ୍ରାହକଙ୍କ ସହ ଯୋଡି ହେବାରେ ସଫଳ ହୋଇଛି।

ଏହି ମାସରେ ରାଜ୍ୟରେ ଭୋଡାଫୋନ ଆଇଡିଆ ୬୪,୯୦୪ ଏବଂ ବିଏସଏନଏଲ୍ ୩୫,୮୮୪ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୦ ବର୍ଷରେ ରିଲାଏନ୍ସ ଜିଓ ଓଡ଼ିଶାରେ ଏହାର ଚମତ୍କାର ଅଭିବୃଦ୍ଧି ଜାରି ରଖି ୧୨ ମାସ ମଧ୍ୟରେ ୧୯ ଲକ୍ଷରୁ ଅଧିକ ନୂତନ ମୋବାଇଲ ଗ୍ରାହକ ଯୋଗକରିଥିବାବେଳେ ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଏହି ସମୟରେ ପ୍ରତ୍ୟେକ ୯ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିଲେ ।

ସର୍ବାଧିକ ସଂଖ୍ୟକ ଗ୍ରାହକ ସହିତ ରିଲାଏନ୍ସ ଜିଓ ରାଜସ୍ୱ ଆୟରେ ମଧ୍ୟ ଓଡିଶାରେ ଏକ ନମ୍ବର ସ୍ଥାନରେ ରହିଛି ଏବଂ ରାଜ୍ୟରେ ଏହି କ୍ଷେତ୍ରରେ ମୋଟ ରାଜସ୍ୱର ୫୦ ପ୍ରତିଶତରୁ ଅଧିକ ହାସଲ କରିଛି ।

Comments are closed.