Latest Odisha News

BREAKING NEWS

ଗଜପତି ରାଶିବାଡ ଘାଟିରେ ଓଲଟିଲା ଡାଲା ଅଟୋ, ଜଣେ ମୃତ, ୧୨ ଗୁରୁତର

ଗଜପତି : ଗଜପତି ଜିଲ୍ଲା ରାୟଗଡ଼ ଥାନା ରାଶିବାଡ଼ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଡାଲା ଅଟୋ ଓଲଟି ଜଣେ ଶ୍ରମିକ ମୃତ୍ୟୁ ହୋଇଛି । ଏହାସହ ୧୨ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ସୁନ୍ଦରଗଡ଼ ରାଣୀଦେଲନା ଗାଁର ସୁରସେନ ।

BjdElectrycity

ସୂଚନା ଅନୁସାରେ, ବଲାଙ୍ଗୀର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାର ଶ୍ରମିକ ମାନେ ଏକ ଘରୋଇ କମ୍ପାନୀ କାମରେ ନିୟୋଜିତ ଥିଲେ । ବୁରୁଖତ ଓ କଇଁପୁର ଆଦି ବିଭିନ୍ନ ଅଞ୍ଚଳରେ ପ୍ରାୟ ଏକ ମାସ ଧରି କାମ କରି ଆସୁଥିଲେ । ଆଜି କାମ ସାରି ନିଜ ଘରକୁ ଯିବା ପାଇଁ ଏକ ଡାଲା ଅଟୋରେ ରାମଗିରିରୁ ଇଚ୍ଛାପୁର ଅଭିମୁଖେ ବାହାରିଥିଲେ । ହେଲେ ରାଶିବାଡ଼ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଡାଲା ଅଟୋ । ଫଳରେ ଘଟଣାସ୍ଥଳରେ ସୁରସେନଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୧୨ ଜଣ ଗୁରୁତରଙ୍କୁ ରାୟଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ପରେ ଡାଲା ଅଟୋ ଡ୍ରାଇଭର ଫେରାର୍ ହୋଇଯାଇଛି । ରାୟଗଡ଼ ଥାନା ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.