Latest Odisha News

BREAKING NEWS

ଗ୍ରାହକ ପାଇବେ ପ୍ରଥମ ୨ମାସ ‘ଜିଓ ଫାଇବର୍’ ମାଗଣା !

ମୁମ୍ବାଇ: ବ୍ୟାବସାୟିକ ଭାବେ ରିଲାଏନ୍ସ ଜିଓ ଫାଇବର୍ ଆସନ୍ତା ସେପ୍ଟେମ୍ବର ୫ରେ ଲଞ୍ଚ୍ କରିବ । ଏହି ହାଇସ୍ପିଡ୍ ଫାଇବର୍ ବ୍ରୋଡ଼ବ୍ୟାଣ୍ଡ୍ ସେବା ଗ୍ରାହକମାନଙ୍କୁ ମାସିକ ୭୦୦ ଟଙ୍କାରୁ ଆରମ୍ଭ କରି ୧୦୦ ଏମବିପିଏସ ରୁ ୧ଜିବିପିଏସ ପର୍ଯ୍ୟନ୍ତ ସୁବିଧା ମିଳିପାରିବ ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗ୍ରାହକମାନେ ୨ମାସ ମାଗଣା ସେବା ପାଇପାରିବେ । ଜିଓ ପକ୍ଷରୁ ୨,୫୦୦ ଟଙ୍କା ମୂଲ୍ୟରେ ଏହି ସେବାର ସଂଯୋଗ ଯୋଗାଇଦିଆଯିବ । ଏଥିରେ ଇନଷ୍ଟାଲେସନ ଚାର୍ଜ ୧,୦୦୦ ରହିଥିବା ବେଳେ ୧,୫୦୦ ଟଙ୍କା ସିକ୍ୟୁରିଟି ଡ଼ିପୋଜିଟ ଭାବେ ଗ୍ରାହକଙ୍କୁ ପ୍ରଥମେ ପୈଠ କରିବାକୁ ପଡ଼ିବ । ପ୍ରଥମ ୨ମାସ ଗ୍ରାହକମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଅଗଷ୍ଟ ୧୨ ତାରିଖରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ସାଧାରଣ ବୈଠକରେ ଏହି ଫାଇବର ବ୍ରୋଡ଼ବ୍ୟାଣ୍ଡ ସମ୍ପର୍କରେ ଘୋଷଣା କରାଯାଇଥିଲା । ଏହି ଘୋଷଣା ଅନୁଯାୟୀ, ୪କେ/ଏଚଡ଼ି ଟିଭି ଏବଂ ୪କେ ସେଟଅପ୍ ବକ୍ସ ସହିତ ଫାଇବର୍ ଇଣ୍ଟରନେଟ କନେକ୍ସନ ମିଳିପାରିବ ।

Leave A Reply

Your email address will not be published.