Latest Odisha News

BREAKING NEWS

ମ୍ୟୁଜିକ୍ ଭିଡିଓ ଅନୁଭୁତି ଓ ପ୍ଲେ-ଲିଷ୍ଟ୍ ସହ ଆରମ୍ଭ ହେଲା ଜିଓ ସାଓ୍ବନ ଟିଭି

ଭୁବନେଶ୍ବର : ସଂଗୀତ ଓ ଅଡିଓ ମନୋରଂଜନ କ୍ଷେତ୍ରରେ ଦକ୍ଷିଣ ଏସିଆର ସର୍ବବୃହତ ପ୍ରସାରଣ ପ୍ଲାଟଫର୍ମ ଜିଓ ସାୱନ ଏହାର ନୂଆ ଭିଡିଓ ଉତ୍ପାଦ- ଜିଓ ସାୱନ ଟିଭି ଉନ୍ମୋଚନ କରିଛି । ଏହି ଭିଡିଓ ଅଭିଜ୍ଞ ଶୈଳୀରେ ପ୍ରସ୍ତୁତ ହେଉଥିବା ବେଳେ, ଉପଭୋକ୍ତାଙ୍କ ପସନ୍ଦର ବ୍ୟବହାର ମଧ୍ୟରେ ରହୁଥିବା ତାରତମ୍ୟ ଦୂର କରିବାକୁ ଲକ୍ଷ୍ୟ ରଖିଛି । ଏହି ପ୍ଲାଟଫର୍ମରେ ଭିଡିଓ ଉତ୍ପାଦ ଗୁଡିକରେ ଜିଓ ସାୱନ ଟିଭି ନୂଆ ବିପ୍ଳବ ଆଣିଛି ।

BjdElectrycity

ଜିଓସାୱନ ଟିଭି ସହିତ ଏହି ପ୍ଲାଟଫର୍ମ ଏହାର ଅଡିଓ ସେବା ସହିତ ସଂଗୀତ ପାଇଁ ଏକ ନୂଆ ଟେଲିଭିଜନ ଅନୁଭୂତି ସୃଷ୍ଟି କରୁଛି । ଏହା ଉପଭୋକ୍ତାଙ୍କୁ ସର୍ବୋଚ୍ଚ ଗୁଣମାନର ପ୍ରସାରଣ ପ୍ରଯୁକ୍ତି ସହିତ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାରର ମନୋରଂଜନ ପ୍ରଦାନ କରିବାରେ ସହାୟକ ହେବ । ନିଖୁଣ ଭାବରେ ପ୍ରସ୍ତୁତ ସାଙ୍ଗକୁ ସହଜ ବ୍ୟବହାରର ସମ୍ମିଶ୍ରଣ ଦ୍ୱାରା ବ୍ୟବହାରକାରୀମାନେ ହୋମପେଜ୍‌ରେ ଏକ ନୂଆ ଟାବ୍‌ରେ ପ୍ଲେ ଲିଷ୍ଟରେ ସଂଗୀତ ଟିଭି ଚାନେଲ ଓ ଗୀତର ଭିଡିଓ ଉପଭୋଗ କରିପାରିବେ । ଯାହା ସେମାନେ ଦେଖିବାକୁ ପସନ୍ଦ କରୁଥିବା ତାଲିକାରୁ ବାଛିବାକୁ ଅନୁମତି ପ୍ରଦାନ କରିବ । ଆନାଲୋଗ ଚାନେଲ ଭଳି ଟିଭି ଚାନେଲ ଗୁଡିକ ଗୋଟିଏ ପରେ ଗୋଟିଏ ଭିଡିଓ ପ୍ଲେ କରିଥିବେ । ଅନ୍ୟପକ୍ଷରେ ଭିଡିଓ ପ୍ଲେ ଲିଷ୍ଟ ଗୁଡିକ ଭାବ, ଶୈଳୀ ଏବଂ କଳାକାଳଙ୍କ ଦ୍ୱାରା ପ୍ରସ୍ତୁତ ପ୍ଲେ ଲିଷ୍ଟ ଉପରେ ଆଧାରିତ ହେବ ।

ନୂଆକରି ପ୍ରଚଳନ କରାଯାଇଥିବା ସଂଗୀତ ଟିଭି ଚାନେଲ ଏବଂ ସଂଗୀତ ଭିତ୍ତିକ ଭିଡିଓ ପ୍ଲେ ଲିଷ୍ଟ ଜରିଆରେ ଜିଓ ସାୱନ ବ୍ୟବହାରକାରୀଙ୍କୁ ମନ ପସନ୍ଦର ଗୀତ ବାଛିବାରେ ସହାୟକ ହେବ । ଏଡାସହ ନୂଆ ବ୍ୟବହାରକାରୀଙ୍କୁ ଅତି ସହଜରେ ସେମାନେ ଦେଖିବାକୁ ଚାହୁଁଥିବା ଭିଡିଓ ମଧ୍ୟରେ ଗୋଟିଏରୁ ଅନ୍ୟକୁ ପରିବର୍ତ୍ତନ କରିବା ଏବଂ ପୂର୍ବରୁ କ୍ୟୁରେ ଅଡିଓ ଟ୍ରାକ୍‌ଗୁଡିକୁ ଯିବାକୁ ସମର୍ଥ କରାଇବ । ଏହାର ଶୁଭାରମ୍ଭ ପାଇଁ ଜିଓ ସାୱନ ଟିଭି ଲୋକପ୍ରିୟ କଳାକାର, ଭାବ, ଶୈଳୀ ଏବଂ ସଂଗୀତର ଯୁଗ ଆଦିକୁ ସାମିଲ କରିବ । ନୂଆ ଉତ୍ପାଦ ପ୍ରଚଳନକୁ ସମର୍ଥନ କରିବା ପାଇଁ ଏକ ଅଭିଯାନ କରାଯାଉଛି । ଯେଉଁଥିରେ ବାଦଶାହ, ଜଷ୍ଟିନ ବାଇବର, ଦୁଆ ଲିପା, କେ-ପପ୍ ସେନ୍‌ସେସନ୍ ବିଟିଏସ ଏବଂ ଆକୁଲଙ୍କ ସମେତ ଅନେକ କଳାକାରଙ୍କ ମ୍ୟୁଜିକ ଭିଡିଓ ପ୍ରଦର୍ଶନ କରାଯାଉଛି । ଏହି ପ୍ରଚଳନକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ, ଡିଜିଟାଲ ତଥା ଇନଷ୍ଟାଗ୍ରାମ ଜରିଆରେ ଏକ ଭିଆର ଅନୁଭୂତିରେ ଶୁଭାରମ୍ଭ କରାଯିବ ।

ଏହା ପୂର୍ବରୁ ଏହାର ପ୍ରଥମ ଭିଡିଓ ପ୍ରଚଳନ ହୋଇଥିଲା, ଯେଉଁଥିରେ ବଛା ବଛା ଟ୍ରାକ ସହିତ ୧୫ ସେକେଣ୍ଡର ଭିଡିଓ ସ୍ଥାନ ପାଇଥିଲା । ଯାହା ଭାରତୀୟ କଳାକାରଙ୍କୁ ଏକ ସମୃଦ୍ଧ ଗତିଶୀଳ ସଂସ୍କୃତି ପ୍ରଦାନ କରିବା ସହିତ ସମର୍ଥକଙ୍କୁ ବେଶ ଛୁଇଁଥିଲା । ୨୦୨୦ ଜୁନ୍ ଶେଷରେ ଏହାର ଆରମ୍ଭ ହେବା ଦିନ ଠାରୁ ଏହି କ୍ଷୁଦ୍ର ଭିଡିଓକୁ ୨୦୦ ନିୟୁତରୁ ଅଧିକ ଦେଖି ସାରିଲେଣି । କଳାକାର ଏବଂ ବ୍ୟବହାରକାରୀଙ୍କ ଦ୍ବାରା ତିଆରି ଭିଡିଓ ବିଷୟବସ୍ତୁ ଆପ୍‌କୁ ଆଣିବା ପାଇଁ ଜିଓ ସାୱନ ଅଗଷ୍ଟରେ ଟ୍ରିଲର ସହିତ ସହଭାଗିତା କରିଥିଲା । ଜିଓ ସାୱନ ପ୍ରୋ ବ୍ୟବହାରକାରୀମାନେ ଆପ୍‌ରେ ଭିଡିଓ ଲାଇବ୍ରେରୀକୁ ବିଜ୍ଞାପନ ବିହୀନ ଭାବେ ଅସୀମିତ ଉପଭୋଗ କରିପାରିବେ । ଏବଂ ପ୍ରିମିୟମ ବ୍ୟବହାରକାରୀମାନେ ମାସକୁ ସର୍ବାଧିକ ତିନୋଟି ଭିଡିଓ ଦେଖିପାରିବେ ।

Leave A Reply

Your email address will not be published.