Latest Odisha News

ସମ୍ପନ୍ନ ହେଲା ଜଉ କଣ୍ଢେଇ ବାହାଘର

ବାଲେଶ୍ବର : ସମ୍ପନ୍ନ ହେଲା ଜଉ କଣ୍ଢେଇ ବାହାଘର । କୋଭିଡ୍ କଟକଣା ଭିତରେ ୫ ଦିନର ବିଶାଳ ଓ ଆକର୍ଷଣୀୟ ଉତ୍ସବକୁ ୫ ଘଣ୍ଟାରେ ସାରିଲା ବାଲେଶ୍ବର ଜଉକଣ୍ଢେଇ ବାହାଘର ଉତ୍ସବ କମିଟି । ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡ଼ରେ ପ୍ରତୀକାତ୍ମକ ଭାବରେ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି ।

ଏହି ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଦୁଇ ଜଉ କଣ୍ଢେଇ ଶିଳ୍ପୀ ପରିବାର ଆଗେଇ ଆସିଥିଲେ । ବର କର୍ତ୍ତାକର୍ତ୍ତୀ ଭାବରେ ମଦନ ମୋହନ ସାହୁ ଓ ସୁକାନ୍ତି ସାହୁ ଓ କନିଆ କର୍ତ୍ତାକର୍ତ୍ତୀ ଭାବରେ ଭବେନ୍ଦ୍ରନାଥ ଦେ ଓ କବିତା ଦେ ବିବାହ କାର୍ଯ୍ୟକୁ ସଂପାଦନ କରିଛନ୍ତି ।
କମିଟିର ପ୍ରଥାନୁଯାୟୀ ବରକନ୍ୟା ଉଭୟ ପକ୍ଷ ଉଭୟକୁ ଯୌତୁକ ପ୍ରଦାନ କରି କନିଆକର୍ତ୍ତା ପକ୍ଷରୁ ୟଶ୍ ବାତ୍ୟା ଜନିତ ସବୁଜିମାର କ୍ଷୟକ୍ଷତିର ଭରଣା ପାଇଁ ଚାରାଗଛ ପ୍ରଦାନ କରିଥିଲେ ।

ବର ପକ୍ଷରୁ କୋଭିଡ ୧୯ ପାଇଁ ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ । ପ୍ରତିବର୍ଷ ହଜାର ହଜାର ଲୋକ ଯୋଗ ଦେଇଥିବା ବେଳେ ଚଳିତ ବର୍ଷ ୨୦ ଜଣ ଯୋଗ ଦେଇଥିଲେ । ଏଥିରେ କମିଟିର ସଂପାଦକଙ୍କ ସହ ଜଉ କଣ୍ଢେଇ ଶିଳ୍ପୀଗୁରୁ କନକଲତା ଦାସ ଉପସ୍ଥିତ ହୋଇ ବରକନ୍ୟାଙ୍କୁ ଆଶିର୍ବାଦ କରିଥିଲେ ।

Leave A Reply

Your email address will not be published.