Latest Odisha News

BREAKING NEWS

ସଂସଦ ଭବନ ନିକଟରେ କଶ୍ମୀରର ସନ୍ଦିଗ୍ଧ ଯୁବକ ଅଟକ

ନୂଆଦିଲ୍ଲୀ: ସଂସଦ ଭବନ ନିକଟରେ ବୁଧବାର ସ୍ଥାନୀୟ ପୋଲିସ ଏକ ସନ୍ଦିଗ୍ଧ ଯୁବକକୁ ଅଟକ ରଖିଛି । ବିଜୟଚୌକ ନିକଟରେ ସନ୍ଦେହଜନକ ଅବସ୍ଥାରେ ବସିଥିବା ଦେଖି ପୋଲିସ ପଚରାଉଚରା କରିଥିଲା । ଯୁବକ ଜଣକ ନାମ ଏବଂ ଠିକଣା ପୋଲିସକୁ ନ କହିବାରୁ ସନ୍ଦେହ  ସୃଷ୍ଟି ହୋଇଥିଲା । ସେ ଧରିଥିବା ବ୍ୟାଗରୁ କୋଡ ୱାର୍ଡର ଏକ ଚିଠି ଓ ଡ୍ରାଇଭିଂ ଲାଇସେନ୍ସ ପୋଲିସ ପାଇଥିଲା ।

ଡିଏଲରେ ବ୍ୟକ୍ତିଜଣକ କଶ୍ମୀରର ବଡଗାଁଓର ବାସିନ୍ଦା ଏବଂ ତାଙ୍କର ନାମ ଫିରଦୋସ ଲେଖାଯାଇଛି । ଆଧାରକାର୍ଡ ମଞ୍ଜୁର ଅହମ୍ମଦ ଅହେଗର ଉଲ୍ଲେଖ ରହିଛି । ପୋଲିସର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.