Latest Odisha News

୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କଲା ଜମ୍ମୁ କାଶ୍ମୀର ପୋଲିସ, ଧରାଇଦେଲେ ମିଳିବ ଲକ୍ଷଲକ୍ଷ ଟଙ୍କା 

ଶ୍ରୀନଗର: ଜୁନ୍-ଜୁଲାଇ ମାସରୁ ଜମ୍ମୁରେ କ୍ରମାଗତ ଆତଙ୍କବାଦୀ ଆକ୍ରମଣ ହେଉଛି। ଜମ୍ମୁ କାଶ୍ମୀର ପୋଲିସ ଶନିବାର ଦିନ ସୀମାନ୍ତ ଜିଲ୍ଲା କାଠୁଆରେ ୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି। ସ୍କେଚ୍ ଜାରି କରି ଲୋକଙ୍କୁ ସତର୍କ କରାଇଛି ପୋଲିସ।

ସେମାନଙ୍କ ସୂଚନା ପ୍ରଦାନ କଲେ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବା ନେଇ ଘୋଷଣା କରିଛି ଜମ୍ମୁ କାଶ୍ମୀର ପୋଲିସ। ତେବେ ଏହି ଆତଙ୍କବାଦୀ ମାନଙ୍କୁ ଶେଷ ଥର ପାଇଁ ମଲ୍ହାର, ବାନି ଏବଂ ସୋଜଧାରର ଧୋଙ୍କାରେ ଦେଖିବାକୁ ମିଳିଥିଲା।

ପ୍ରତ୍ୟେକ ଆତଙ୍କବାଦୀଙ୍କ ଉପରେ ସୂଚନା ପାଇଁ ୫ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି। ଆତଙ୍କବାଦୀଙ୍କ ବିଷୟରେ ନିର୍ଭରଯୋଗ୍ୟ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଉପଯୁକ୍ତ ପୁରସ୍କାର ଦିଆଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

 

Comments are closed.