Latest Odisha News

ଜେକେଏଲଫ୍‌ର ପୂର୍ବତନ ଆତଙ୍କବାଦୀ ରଚୁଥିଲେ ଷଡଯନ୍ତ୍ର, ଖବର ପାଇ ଚଢଉ କଲା ଶ୍ରୀନଗର ପୋଲିସ

ଶ୍ରୀନଗର: ଜମ୍ମୁ-କଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେ.କେ.ଏଲ୍.ଏଫ୍) ର କିଛି ପୂର୍ବତନ ଆତଙ୍କବାଦୀ ଏବଂ ହୁରିୟତ କନଫରେନ୍ସର କିଛି ପୂର୍ବତନ ସଦସ୍ୟ ମିଳିତ ଭାବେ ଶ୍ରୀନଗରରେ ଗୁପ୍ତ ବୈଠକ କରୁଥିଲେ। ଏହି ସମୟରେ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପଚରାଉଚରା ପାଇଁ ଉଠାଇ ନେଇଛି। ତାଙ୍କୁ ପଚରାଉଚୁରା କରିବା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ରବିବାର ଦିନ ଜମ୍ମୁ କାଶ୍ମୀର ପୋଲିସ ଶ୍ରୀନଗରର ଏକ ହୋଟେଲରୁ ଜେ.କେ.ଏଲ୍.ଏଫର ପୂର୍ବତନ ଆତଙ୍କବାଦୀ ଏବଂ ହୁରିୟତ କନଫରେନ୍ସର ପୂର୍ବତନ ବିଚ୍ଛିନ୍ନତାବାଦୀଙ୍କ ସମେତ ଅନେକ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା।

ପୋଲିସ ସୂଚନାନୁସାରେ, ଶ୍ରୀନଗରର ଏକ ହୋଟେଲରେ କିଛି ପୂର୍ବତନ ଜେ.କେ.ଏଲ୍ ଆତଙ୍କବାଦୀ ଏବଂ ପୂର୍ବତନ ବିଚ୍ଛିନ୍ନତାବାଦୀଙ୍କ ବୈଠକ ସମ୍ପର୍କରେ ଗୁଇନ୍ଦା ତଥ୍ୟ ଆଧାରରେ ସର୍ଚ୍ଚ କରାଯାଇଥିଲା। ପରେ ଯାଞ୍ଚ ପାଇଁ କୋଠିବାଗ ଥାନାକୁ ଅଣାଯାଇଥିଲା। ଯେଉଁଠାରେ ପଚରାଉଚରା ଆରମ୍ଭ ହୋଇଥିଲା। ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ଯେ ସେମାନେ ଜେକେଏଲଏଫ୍ ଏବଂ ହୁରିୟତକୁ ପୁନର୍ଜୀବିତ କରିବାକୁ ଯୋଜନା କରୁଥିଲେ।

ପୋଲିସ ଦ୍ୱାରା ଗିରଫ ହୋଇଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରେ ହୁରିୟତର ପ୍ରସିଦ୍ଧ ଅବ୍ବାସ ଅନସାରୀ, ଶାମଶିଉଦ୍ଦିନ ରେହମାନ ଏବଂ ଜେକେଏଲଏଫର ଫିରଦୋସ ଅହମଦ ଶାହ, ମୋହମ୍ମ ରଫିକ ପହଲୁ ଏବଂ ମୋହମ୍ମଦ ୟାସିନ ଭଟ ସାମିଲ ଥିଲେ। ଏହି ସମସ୍ତ ବ୍ୟକ୍ତିଙ୍କୁ କୋଠିବାଗ ଥାନାକୁ ଆଣାଯାଇ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସର ସୂଚନାନୁସାରେ, ଫିରଦୋସ୍ ଅହମଦ ଶାହ, ମୌଲବୀ ଅବ୍ବାସ ଅନସାରୀଙ୍କ ପୁଅ ମସୁଋର ଅବ୍ବାସ ଅନସାରୀ, ପ୍ରଫେସର ଅବଦୁଲ ଗନି ଭଟଙ୍କ ପୁଅ ଜାହାଙ୍ଗୀର ଅହମ୍ମଦ ଭଟ ଏବଂ ପୂର୍ବତନ ଜେ.କେ.ଏଲ୍.ଏଫ୍ ଆତଙ୍କବାଦୀ ୟାସିନ୍ ଭଟ ଏକ ହୋଟେଲରେ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ। ଏହି ବୈଠକରେ ସେମାନଙ୍କ ଯୋଜନା ବିଷୟରେ ଆଲୋଚନା କରିବାର ଆଶଙ୍କା ଥିଲା।

Comments are closed.