Latest Odisha News

BREAKING NEWS

ଓଡ଼ିଶାରେ ନିଅଣ୍ଟିଆ ବର୍ଷା: ୨୨ ଜିଲ୍ଲାର ସ୍ଥିତି ସାଂଘାତିକ

ଭୁବନେଶ୍ୱର:ଗତ ତିନି ଧରି ଉତ୍ତରଭାରତରେ ବର୍ଷା ପ୍ରଳୟ ରଚୁଥିବାବେଳେ ଶୁଖିଲା ପଡିଛି ଉପକୂଳ ଅଞ୍ଚଳ । ଓଡ଼ିଶାରେ ବର୍ଷାଭାବ ଯୋଗୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି । ନିଅଣ୍ଟିଆ ବର୍ଷାକୁ ଦେଖି ମୁଣ୍ଡରେ ହାତ ଦେଲାଣି ଚାଷୀ । ଓଡ଼ିଶାର ୨୨ ଜିଲ୍ଲାରେ ବର୍ଷାର ଦେଖା ନାହିଁ । ବିଶେଷ କରି କଳାହାଣ୍ଡି ଜିଲ୍ଲାରେ ସବୁଠାରୁ କମ ବର୍ଷା ରେକର୍ଡ କରାଯାଇଛି । ଏଠାରେ ୧୧୬.୮ ମିଲିମିଟର ବର୍ଷା ହୋଇଛି ଯାହା ସ୍ୱାଭାବିକ ବର୍ଷାଠାରୁ ୬୬.୨% କମ  ।

BjdElectrycity

ଜୁନ ୧ ତାରିଖରୁ ଜୁଲା ଜୁଲାଇ ୧୦ ତାରିଖ ଭିତରେ ଓଡ଼ିଶାରେ ୩୨.୨ ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ଯାହା ଖରିଫ ଫସଲକୁ ପ୍ରଭାବିତ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୋମବାର ଆକଳନ କରିଛି । ରାଜ୍ୟରେ ଜୁନ ୧ ତାରିଖରୁ ଜୁଲାଇ ୧୦ ମଧ୍ୟରେ ସ୍ୱାଭାବିକ ବର୍ଷାର ପରିମାଣ ୩୨୬.୧ ମିମି ଥିବାବେଳେ ଏହି ସମୟରେ ମଧ୍ୟରେ ହାରାହାରି  ୨୨୧.୩ ମିମି ବର୍ଷାର ହୋଇଛି । ଯାହା ୩୨.୨ ପ୍ରତିତିଶ କମ ରହିଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ଅନଗୁଲ, ବରଗଡ, ଢେଙ୍କାନାଳ, ସୁନ୍ଦରଗଡ, ମାଲକାନଗିରି ଆଦି ୮ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାର ଦେବଗଡ ଜିଲ୍ଲାରେ ସର୍ବାଧିକ ୪୫୪.୫ ମିମି ବର୍ଷା ହୋଇଛି ଯାହା ସ୍ୱାଭାବିକ ବର୍ଷା ୩୮୬.୮ ଠାରୁ ୧୭.୫ ପ୍ରତିଶତ ଅଧିକ ।  ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ନିଅଣ୍ଟିଆ ବୃଷ୍ଟି ହୋଇଛି । ଏଠାରେ ସ୍ୱାଭାବିକ ବର୍ଷା ୨୯୪.୬ମିଲିମିଟର ଥିବାବେଳେ ଏହି ସମୟ ମଧ୍ୟରେ ୧୮୧.୭% ବର୍ଷା ହୋଇଛି ।
 ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂପୁର, ଯାଜପୁର, ବଲାଙ୍ଗୀର, କଟକ, କନ୍ଧମାଳ,ଗଞ୍ଜାମ,ରାୟଗଡ଼ା, ପୁରୀ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ପରି ୧୩ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳିଛି । ଏହି ସବୁ ଜିଲ୍ଲାରେ ୫୫.୬% ନିଅଣ୍ଟିଆ ବର୍ଷା ହୋଇଛି । ଏଠାରେ ସ୍ୱାଭାବିକ ବର୍ଷା ପରିମାଣ ୩୭୪.୬ ଥିବାବେଳେ ହୋଇଛି ମାତ୍ର ୧୬୬.୫ %  ।  ସେହିପରି ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଦେଖିବାକୁ ମିଳିଛି । ସେଗୁଡିକ ହେଲା କୋରାପୁଟ, ଭଦ୍ରକ, କେନ୍ଦୁଝର, ନୟାଗଡ଼, ବାଲେଶ୍ଵର, ଗଜପତି, ନୂଆପଡ଼ା, ଖୋର୍ଦ୍ଧା

Leave A Reply

Your email address will not be published.