Latest Odisha News

BREAKING NEWS

ଜେଏନୟୁରେରେ ଧାରଣା,ଆନ୍ଦୋଳନ କଲେ ଏଥର ଦେବାକୁ ପଡିବ ଜରିମାନା

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଓ ବିବାଦୀୟ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ପାଇଁ ନୂତନ ନିୟମାବଳୀ ଜାରୀ କରାଯାଇଛି । ଏହା ଅନୁସାରେ ଏବେ ମନଇଚ୍ଛା ଧାରଣ ଓ ଆନ୍ଦୋଳନ କଲେ ଜରିମାନା ଦେବାକୁ ପଡିବ । ଧାରଣ ଦେଲେ ୨୦ ହଜାର ଜରିମାନା ଏବଂ ଆବଶ୍ୟକ ପଡିଲେ ଆଡମିଶନ ମଧ୍ୟ ବାତିଲ କରାଯିବ । ସେହିପରି ହିଂସାକାଣ୍ଡ ଘଟାଇଲେ ୩୦ ହଜାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଜେଏନୟୁକୁ ଏକ ଶୃଙ୍ଖଳିତ ବିଶ୍ୱବିଦ୍ୟାଳୟ କରିବା ପାଇଁ ଏ ଭଳି କଠୋର ନିୟମ ଜାରୀ କରାଯାଇଛି । ଫେବୃୟାରୀ ୩ରୁ ଏହି ନିୟମ ଲାଗୁ ହୋଇଛି । ପାର୍ଟ ଟାଇମ ସମେତ ସମସ୍ତ ଛାତ୍ରଙ୍କ ପାଇଁ ଏହି ନିୟମ ଲାଗୁ ହେବ । ଅବଶ୍ୟ ଏ ନେଇ ବିଶ୍ୱବିଦ୍ୟାଳୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ଶୋଷଣ, ରାଗିଂ ଏବଂ ସାମ୍ପ୍ରଦାୟିକ ଅସ୍ଥିରତା ନେଇ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ସମ୍ପୃକ୍ତ ଛାତ୍ରଙ୍କୁ ବହିଷ୍କାର କରାଯିବ । ସୂଚନାଯୋଗ୍ୟ, ଜେଏନୟୁ ଏକ ପ୍ରତିଷ୍ଠିତ ବିଶ୍ୱବଦ୍ୟାଳୟ ହୋଇଥିଲେ ମଧ୍ୟ ଏଠାରେ ବାରମ୍ବାର ଛାତ୍ର ଅଶାନ୍ତି ଦେଖିବାକୁ ମିଳିଥାଏ । ଫଳରେ ଏହା ଏକ ବିବାଦୀୟ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି ।

Leave A Reply

Your email address will not be published.