Latest Odisha News

BREAKING NEWS

ହାଥରସ ଗଣବଳାତ୍କାର କେସ:ସନ୍ଦୀପ ଦୋଷୀ ସାବ୍ୟସ୍ତ, ଅନ୍ୟ ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଲକ୍ଷ୍ନୌ: ଉତରପ୍ରଦେଶର ବହୁଚର୍ଚ୍ଚିତ ହାଥରସ ଗଣବଳାତ୍କାର ମାମଲାରେ କୋର୍ଟ ଗୁରୁବାର ଶୁଣାଣୀ କରିଛି । ଏଥିରେ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଅନ୍ୟ ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ସବୁଠାରୁ ବଡ କଥା ୪ଜଣଙ୍କ ମଧ୍ୟରୁ କୋର୍ଟ କାହାକୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ଘୋଷଣା କରି ନାହାନ୍ତି । ସନ୍ଦୀପଙ୍କୁ ହତ୍ୟା ଅଭିଯୋଗରେ ଅଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଲବକୁଶ, ରାମକୁମାର ଓ ରବୀନ୍ଦ୍ର ସିଂଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ପୀଡିତାଙ୍କ ପରିବାର ପକ୍ଷରୁ ଏହି ନିଷ୍ପତି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତାଙ୍କ ଓକିଲ ଏହି ଶୁଣାଣୀ ବିପକ୍ଷରେ ନ୍ୟାୟ ପାଇଁ ହାଇକୋର୍ଟ ଯିବେ ବୋଲି କହିଛନ୍ତି ।

BjdElectrycity

୧୪ ସେପ୍ଟମ୍ବର ୨୦୨୦ରେ ହାଥରସରେ ଜଣେ ଦଳିତ ଝିଅଙ୍କୁ କିଛି ଯୁବକ ବଳାତ୍କାର କରିଥିଲେ । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା ।

Leave A Reply

Your email address will not be published.