Latest Odisha News

BREAKING NEWS

ଶାନ୍ତି ଭଙ୍ଗ ହୋଇପାରେ ବୋଲି କହି କ୍ୟାମ୍ପସରେ ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ରଦ୍ଦ କଲା ଜେଏନ୍‌ୟୁ

ନୂଆଦିଲ୍ଲୀ: ଗୁଜୁରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି କରିଥିବା ଡକ୍ୟୁମେଣ୍ଟାରୀକୁ ଭାରତରେ ସରକାରୀ ଭାବେ ବ୍ୟାନ୍ କରାଯାଇଛି। ହେଲେ ବିପକ୍ଷ ନେତା ଓ କିଛି ସ୍ଥାନରେ ଫିଲ୍ମର ସ୍କ୍ରିନିଂ ପାଇଁ ଯୋଜନା ଚାଲିଛି।

ଦିଲ୍ଲୀ ଜବାହାର ଲାଲ ୟୁନିଭର୍ସିଟିରେ ମଧ୍ୟ କିଛି ଛାତ୍ରଗୋଷ୍ଠୀ ଏହି ଡକ୍ୟୁମେଣ୍ଟାରିକୁ ସ୍କ୍ରିନିଂ କରିବାକୁ ଆୟୋଜନ କରିଥିଲେ। ହେଲେ ବିଶ୍ୱବିଦ୍ୟାଳୟ ପ୍ରସାଶନ ଏପରି କରିବାକୁ କରିବାକୁ ଛାତ୍ରଛାତ୍ରଙ୍କୁ ମନା କରିଦେଇଛି। ଏପରି କରିବା ଦରକାର ଶାନ୍ତି ଭଙ୍ଗ ହେବ ବୋଲି କଲେଜ୍ ପ୍ରଶାସନ କହିଛି।

ଜେଏନ୍‌ୟୁ ଛାତ୍ରସଂଘ(JNUSU) ପକ୍ଷରୁ ଡକ୍ୟୁମେଣ୍ଟାରିକୁ ଦେଖିବାର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଉକ୍ତ ରିପୋର୍ଟ ପୋଷ୍ଟର ମଧ୍ୟ ବଣ୍ଟା ସରିଥିଲା। ଆସନ୍ତାକାଲି ଏହାର ସ୍କ୍ରିନିଂ ହେବାକୁ ଥିବା ବେଳେ କର୍ତ୍ତୃପକ୍ଷ ଏପରି କରିବାକୁ ମନା କରିଦେଇଛନ୍ତି। ଏନେଇ କର୍ତ୍ତୃପକ୍ଷ କହିଛନ୍ତି ଯେ କିଛି ଛାତ୍ରଛାତ୍ରୀ ଡକ୍ୟୁମେଣ୍ଟାରିର ସ୍କ୍ରିନିଂ କରିବାକୁ ଯୋଜନା କରୁଥିବା ଜଣାପଡ଼ିଥିଲା।

ସେମାନେ JNUSU ନାଁରେ ପୋଷ୍ଟର ମଧ୍ୟ ବାଣ୍ଟିଥିଲେ। ହେଲେ ପ୍ରଶାସନ ଜାଣିବା ପରେ ଏଭଳି ବେଆଇନ କାମ କରିବାକୁ ମନା କରିଛି। ଏହା କଲେଜ୍ ପରିସର ଶାନ୍ତି ଓ ସାମ୍ପ୍ରଦାୟିକ ସଦଭାବନା ବିଗାଡ଼ିବ ବୋଲି କଲେଜ୍ ପକ୍ଷରୁ ଜାରି ହୋଇଥିବା ଆଡ୍‌ଭାଇଜରୀରେ କୁହାଯାଇଛି। ଯଦି କାର୍ଯ୍ୟକ୍ରମ ରଦ୍ଦ ନହୁଏ ତେବେ ୟୁନିଭର୍ସିଟିର ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଡ୍‌ଭାଇଜରୀରେ କୁହାଯାଇଛି।

Comments are closed.