Latest Odisha News

BREAKING NEWS

ଜେଏନୟୁରେ ୭୪ଜଣ କରୋନା ସଂକ୍ରମିତ !

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ୟୁନିଭରସିଟିରେ କରୋନା ତାର କରାଳ ରୂପ ଦେଖାଇବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ଛାତ୍ର ଏବଂ ଷ୍ଟାଫଙ୍କୁ ମିଶାଇ ୭୪ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୪ଜଣଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ରହିଛି । ଅନ୍ୟମାନଙ୍କୁ ସୁଲତାନପୁରୀ କ୍ୱାରେଂଟାଇନ ସେଂଟରରେ ରଖାଯାଇଛି ।

ଏବେ ବି ଜେଏନୟୁରେ ୪ ହଜାର ୩୫୦ ଷ୍ଟୁଡେଂଟ ଏବଂ ଷ୍ଟାଫ ରହୁଛନ୍ତି । ଏମାନଙ୍କ ଉପରେ ବି କରୋନା ସଂକ୍ରମଣ ଭୟ ରହିଛି । ଏହାକୁ ଦେଖି ଏକ କୋଭିଡ-୧୯ ରେସପନ୍ସ କମିଟି ପ୍ରସ୍ତୁତ କରାଯାଇଛି । କ୍ୱାରେଂଟାଇନରେ ରହିଥିବା ଅଧିକାଂଶ ଛାତ୍ରଙ୍କ ଅବସ୍ଥା ସ୍ଥିର ରହିଛି ବୋଲି କମିଟିର ସଦସ୍ୟ ସୌରଭ ଶର୍ମା କହିଛନ୍ତି ।

Leave A Reply

Your email address will not be published.