Latest Odisha News

କହ୍ନେୟାଙ୍କ ଉପରେ ଦେଶଦ୍ରୋହ କେସ୍ ଚଲାଇବାକୁ କେଜ୍ରିୱାଲ ଦେଲେ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀର ଜବାହାର ଲାଲନେହରୁ ୟୁନିଭର୍ସିଟି(ଜେଏନୟୁ)ର ପୂର୍ବତନ ଛାତ୍ରସଂଘ ଅଧ୍ୟକ୍ଷ କହ୍ନେୟା କୁମାରଙ୍କ ସମେତ ୧୦ଜଣଙ୍କ ଉପରେ ଦେଶଦ୍ରୋହ କେସ୍ ଚଲାଇବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନୁମତି ଦେଇଛନ୍ତି । ସ୍ପେଶାଲ ସେଲକୁ ଏହି ମାମଲାରେ ମଞ୍ଜୁରୀ ଦେବାର ଫାଇଲ ଦୀର୍ଘ ସମୟ ପଡି ରହିଥିଲା । କହ୍ନେୟାଙ୍କ ସମେତ ଦିଲ୍ଲୀ ସରକାର ଉମର ଖାଲିଦ, ଅନିର୍ବାନ, ଆକିବ ହୁସେନ୍, ମୁଜିବ୍, ଉମର ଗୁଲ୍, ବସରତ୍ ଅଲ୍ଲୀ ଓ ଖାଲିଦ ବସିରଙ୍କ ଉପରେ ରାଷ୍ଟ୍ରଦ୍ରୋହ ମାମଲା ଚଲାଇବାର ମଞ୍ଜୁରୀ ଦେଇଛନ୍ତି ।

ନିକଟରେ ଦିଲ୍ଲୀର ପଟିୟାଲା ହାଉସକୋର୍ଟରେ ମାମଲାର ଶୁଣାଣୀ ବେଳେ ଦିଲ୍ଲୀ ପୋଲିସ କହିଥିଲା ଯେ, ଦିଲ୍ଲୀ ସରକାରଙ୍କଠାରୁ ରାଷ୍ଟ୍ରଦ୍ରୋହ ମାମଲା ଚଳାଇବାର ଅନୁମତି ମିଳିନଥିଲା। ଯାହାପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ନିର୍ଦେଶ ଦିଆଯାଇଥିଲା ସେ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି ଏହା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ଉଲ୍ଲେଖନୀୟ ଯେ, ୯ ଫେବୃଆରୀ ୨୦୧୬ରେ ଜେଏନୟୁରେ ପରିସରରେ ଦେଶବିରୋଧୀ ସ୍ଲୋଗାନ ଦେଉଥିବାର ଭିଡିଓ ଆସିଥିଲା। ଏହାପରେ କହ୍ନେୟାଙ୍କ ସହ ଉମର ଖାଲିଦ, ଅନିର୍ବାନ, ଆକିବ ହୁସେନ୍, ମୁଜିବ୍, ଉମର ଗୁଲ୍, ବସରତ୍ ଅଲ୍ଲୀ ଓ ଖାଲିଦ ବସିରଙ୍କ ଉପରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ ହୋଇଥିଲା।

Comments are closed.