Latest Odisha News

BREAKING NEWS

ଅଜବ ଚାକିରି: ପକ୍ଷୀ ଘଉଡ଼ାଇଲେ ଦିନକୁ ମିଳିବ ୨୦ ହଜାର ଟଙ୍କା

ଲଣ୍ଡନ: ଚାକିରି ମିଳୁଛି । ଦରମା ଦିନକୁ ୨୦ ହଜାର ଟଙ୍କା । ବୟସ ଯାହା ହେଉନା କାହିଁକି ଉଚିତ୍ ଆବେଦନକାରୀଙ୍କୁ ମିଳିବ ସୁଯୋଗ । କାମ ହେଲା ସମୁଦ୍ର କୂଳରେ ଜଗି ରହି ପକ୍ଷୀ ଘଉଡ଼ାଇବା । କାମ ବି ଏତେ କଷ୍ଟକର ନୁହେଁ । ଯଦି ଆପଣ ଏହି ଚାକିରି ପାଇଁ ଆଶାୟୀ ତେବେ ପୁରା ପାଠଟି ପଢନ୍ତୁ ।

କରୋନା କାରଣରୁ ଅନେକ ଲୋକ ଉଭୟ ଜୀବନ ଓ ଜୀବିକା ହରାଇଥିଲେ । ବିଶେଷକରି ଛୋଟମୋଟ ଚାକିରି ବା ବ୍ୟବସାୟ କରି ଗୁଜରାଣ ମେଣ୍ଟାଉଥିବା ଲୋକେ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କରୋନାର ପ୍ରଭାବ କମିଥିଲେ ବି ଏପର୍ଯ୍ୟନ୍ତ ଏହାର ପ୍ରଭାବ କାରଣରୁ ଜୀବିକା ହରାଇଥିବା ଲୋକେ ନିଜର ପୂର୍ବସ୍ଥିତିକୁ ଫେରି ପାରିନାହାନ୍ତି । ତେବେ ନିକଟରେ ଏକ କମ୍ପାନୀ ଜୀବିକା ହରାଇଥିବା ଲୋକଙ୍କ ପାଇଁ ଭିନ୍ନ ଏକ ଚାକିରିର ଅଫର ଦେଇଛନ୍ତି, ଯେଉଁଥିରେ ଲୋକେ ଦିନକରେ ପାଖାପାଖି ୨୦ ହଜାର ଟଙ୍କା ରୋଜଗାର କରିପାରିବେ ।

କମ୍ପାନୀର କାମ ହେଲା ଯିଏ କେହି ଏହି ଚାକିରିରେ ଯୋଗ ଦେବେ ସେମାନଙ୍କୁ ସମୁଦ୍ରକୂଳରେ ଛିଡ଼ାହୋଇ ପକ୍ଷୀ ଘଉଡ଼ାଇବାକୁ ପଡ଼ିବ । ଲଣ୍ଡନର ୟର୍କସାଇନ୍‌ରେ ରହିଛି ଚିପ୍ ସପ୍ କମ୍ପାନୀ । ଏଠାକାର ପରିଚାଳନା ଅଧିକାରୀଙ୍କ ପକ୍ଷରୁ ଚାକିରି ପାଇଁ ବିଜ୍ଞାପନ ଦିଆଯାଇଛି । ଏଥିରେ ଉଲ୍ଲେଖ ଅଛି ଯେ,କମ୍ପାନୀ ପାଇଁ ସେହି କର୍ମଚାରୀ ଆବଶ୍ୟକ, ଯିଏକି କେବଳ ପକ୍ଷୀ ଘଉଡ଼ାଇବା ପାଇଁ ନିୟୋଜିତ ହେବେ । ଦିନମାନ ଭିତରେ ନିଜ ନିଜ ଉପାୟରେ ସମୁଦ୍ର ବେଳାଭୂମିରୁ ପକ୍ଷୀ ଘଉଡ଼ାଇ ପାରିଲେ ଦରମା ମିଳିବ ଦିନକୁ ୨୦ ହଜାର ଟଙ୍କା ।

ବାସ୍ତବରେ ଯେଉଁଠାରେ ଏହି କମ୍ପାନୀ ରହିଛି, ସେଠାରେ ବହୁତ ମାଛ ରଖାଯାଏ । ଏହି କମ୍ପାନୀ ଫିସ୍ ଚିପ୍ସ ତିଆରି କରେ । ଷ୍ଟୋରରେ ମାଛ ରହୁଥିବାରୁ ସିଗୁଲ ପକ୍ଷୀ ଆସି ମାଛକୁ ଖାଇଥାଆନ୍ତି । ସେଥିପାଇଁ କମ୍ପାନୀ ଏପରି ଏକ ଚାକିରି ଚିନ୍ତା କଲେ । ଯିଏ ସିଗୁଲ ପକ୍ଷୀଙ୍କୁ ଉଡ଼ାଇ ପାରିବ । ଏହା ଶୁଣି ବହୁତ ଲୋକ ଚାକିରି ପାଇଁ ଆଗେଇ ଆସିଲେ । ହେଲେ କେହି ପକ୍ଷୀଙ୍କୁ ଉଡ଼ାଇପାରିଲେନି । ପରେ କୋରେ ନାମକ ଜଣେ ବ୍ୟକ୍ତି ଏକ ବଡ଼ ପକ୍ଷୀ ବେଶରେ ଆସିବାରୁ ତାଙ୍କୁ ଦେଖି ପକ୍ଷୀ ସବୁ ସେଠାରୁ ଉଡ଼ି ପଳାଇଲେ । କମ୍ପାନୀକୁ କୋରେଙ୍କ ଏହି ଉପାୟ ପସନ୍ଦ ଆସିଲା ।

Comments are closed.