Latest Odisha News

BREAKING NEWS

ଚାକିରି ନାଁରେ ଠକେଇ: ବହିଷ୍କୃତ ସେନା କର୍ମଚାରୀ ଗିରଫ 

ବ୍ରହ୍ମପୁର: ଚାକିରି ଦେବାକୁ କହି ଠକେଇ ଅଭିଯୋଗରେ ବହିଷ୍କୃତ ସେନା କର୍ମଚାରୀ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଧରାକୋଟ ଥାନା ନନ୍ଦିଘର ଗ୍ରାମର ସନ୍ତୋଷ ସେଠୀ। ଜ​‌ଣେ ମହିଳାଙ୍କୁ ଗୋଲାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ଚାକିରି ଦେବାକୁ ଏକ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି ।

୨୦୧୮ରୁ ତାଙ୍କ ବିଶୃଙ୍ଖଳା ଆଚରଣ ପାଇଁ ଆର୍ମି ପକ୍ଷରୁ ଚାକିରିରୁ ବହିଷ୍କୃତ କରାଯାଇଛି । ଗତ କିଛି ଦିନ ହେଲା ସେ ଛତ୍ରପୁର ଅଞ୍ଚଳ ଜଣେ ମହିଳାଙ୍କ ଯୋଗାଯୋଗରେ ଆସିଥିଲେ I ମହିଳାଙ୍କୁ ବିଭିନ୍ନ ନକଲି ଆର୍ମି ପରିଚୟ ପତ୍ର ଦେଇ ଠକେଇ କରୁଥିଲେ। ଆର୍ମି ଏଡି କଲେଜରେ ଜୁନିୟର କ୍ଲର୍କ କରାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ଏଥିପାଇଁ ତାଙ୍କ ଠାରୁ ୧ଲକ୍ଷ ୨୫ହଜାର ଟଙ୍କା ନଗଦ ରାଶି ନେଇଥିଲେ।

ମହିଳା ଜଣଙ୍କ ବର୍ଷେ ପରେ ବି ଚାକିରି ନପାଇବାରୁ ଟଙ୍କା ଫେରସ୍ତ ମାଗିଥିଲେ ।ସନ୍ତୋଷ ଟଙ୍କା ନଫେରାଇବାରୁ ତାଙ୍କ ବିରୋଧରେ ଗୋପାଳପୁର ଥାନାରେ ମାମଲା ରୁଜୁ କରିଥିଲେ । ତେବେ ୨୦୨୩ରେ ଦୁଇ ଜଣଙ୍କୁ ଏଭଳି ଚାକିରି କରାଇ ଦେବା ନାଁରେ ସେ ଲକ୍ଷାଧିକ ଟଙ୍କା ଠକି ଗିରଫ ମଧ୍ୟ ହୋଇଥଲେ। ଜାମିନ୍‌ରେ ଆାସି ପୁଣି ଏଭଳି କାମ କରିଥିବା ପୋଲିସ କହିଛି।

Comments are closed.