Latest Odisha News

BREAKING NEWS

ଗୋବିନ୍ଦ, ବିପ୍ଲବଙ୍କ ଦୃଢ଼ ବ୍ୟାଟିଂ: ଓଡିଶା ୨୩୦/୪

କଟକ: ଗୋବିନ୍ଦ ପୋଦ୍ଦାର ଓ ବିପ୍ଲବ ସାମନ୍ତରାୟଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ପଣ୍ଡିଚେରୀ ବିପକ୍ଷରେ ଓଡିଶା ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୪ ୱିକେଟ ବିନିମୟରେ ୨୩୦ ରନ ସଂଗ୍ରହ କରିଛି । ୩୨ ବର୍ଷୀୟ ପୋଦ୍ଦାର ୯ ଚୌକା ସହାୟତାରେ ୧୨୯ ବଲରେ ୮୦ ରନ କରି ଅପରାଜିତ ଅଛନ୍ତି । ବିପ୍ଲବ ଅପେକ୍ଷାକୃତ ଧୀମା ବ୍ୟାଟିଂ କରି ୧୨୩ ବଲରେ ୨ ଚୌକା ସହାୟତାରେ ୪୧ ରନ କରିଛନ୍ତି । ୧୧୨ ରନରେ ଓଡିଶା ୪ଟି ୱିକେଟ ହରାଇବା ପରେ ଏହି ଦୁଇ ସିନିୟର ଖେଳାଳି ଇନିଂସ ସମ୍ଭାଳିଥିଲେ । ଉଭୟ ପଣ୍ଡିଚେରୀ ବୋଲରଙ୍କୁ ନିରାଶ କରି ଷ୍ଟମ୍ପସ ଅପାସରଣ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ସେମାନେ ୫ମ ୱିକେଟରେ ୧୧୮ ରନ ଯୋଗ କରିଛନ୍ତି । ଅଧିନାୟକ ଶାନ୍ତନୁ ମିଶ୍ର ୪୦ ଓ ସନ୍ଦୀପ ପଟ୍ଟନାୟକ ୪୪ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ ।

ଶାନ୍ତନୁ, ସନ୍ଦୀପ ଓ ଶୁଭ୍ରାଂଶୁ ମାତ୍ର ୫ ଓଭର ମଧ୍ୟରେ ଆଉଟ ହୋଇଯିବା ଫଳରେ ଓଡିଶା ବିପଦରେ ପଡିଥିଲା । ନକଆଉଟ ପ୍ରବେଶ ଆଶା ଉଜ୍ଜୀବତ ରଖିବା ପାଇଁ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଅଧିକରୁ ଅଧିକ ସମୟ କ୍ରିଜରେ ରହିବା ଆବଶ୍ୟକ ହେଉଛି । ପଣ୍ଡିଚେରୀ ପକ୍ଷରୁ ଗୌରବ ଯାଦବ ୨ଟି ୱିକେଟ ଅକ୍ତିଆର କରିଛନ୍ତି

Leave A Reply

Your email address will not be published.