Latest Odisha News

BREAKING NEWS

ବାଇଡେନ୍‌ଙ୍କ ସହିତ ହ୍ୱାଇଟ୍‌ ହାଉସ୍‌ ଯିବେ ‘ମେଜର୍’‌ ଏବଂ ‘ଚାମ୍ପ୍‌’

ନୂଆଦିଲ୍ଲୀ: ବିଶ୍ୱର ସର୍ବ ପୁରାତନ ଗଣତନ୍ତ୍ର ଆମେରିକା ଏହାର ପରବର୍ତ୍ତୀ ରାଷ୍ଟ୍ରପତି ପାଇଛି। ନିର୍ବାଚନ ଯୁଦ୍ଧରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ବାଇଡେନ୍‌ ଆମେରିକାର ନୂତନ ରାଷ୍ଟ୍ରପତି ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ୱାଇଟ୍‌ ହାଉସରେ ଟ୍ରମ୍ପଙ୍କ ବଦଳରେ ଜୋ ବାଇଡେନ୍‌ ବର୍ତ୍ତମାନ ରହିବେ। ତେବେ ଜଣାଯାଇଛି ଯେ ଯେତେବେଳେ ବାଇଡେନ୍‌ ତାଙ୍କ ପତ୍ନୀ ଜିଲ୍‌ ବାଇଡେନ୍‌ଙ୍କ ସହ ହ୍ୱାଇଟ୍‌ ହାଉସରେ ପ୍ରବେଶ କରିବେ, ସେତେବେଳେ ତାଙ୍କ ସହ ଦୁଇଟି ଜର୍ମାନ୍‌ ଶେଫଡ୍‌ ଡଗ୍‌ ମଧ୍ୟ ଆସିବେ।

ଏହି କୁକୁର ଦୁଇଟିଙ୍କ ନାମ ‘ଚାମ୍ପ୍‌’ ଏବଂ ‘ମେଜର’। ବାଇଡେନ୍‌ଙ୍କ‌ ପରିବାର ୨୦୦୮ରେ ଏକ ଚାମ୍ପ୍‌କୁ‌ ଏବଂ ୨୦୧୮ରେ ମେଜରଙ୍କୁ ଏକ ପଶୁ ଆଶ୍ରୟସ୍ଥଳୀରୁ ଆଣିଥିଲେ। ୨୦୦୮ରେ ଯେତେବେଳେ ବାଇଡେନ୍‌ ଉପରାଷ୍ଟ୍ରପତି ହୋଇଥିଲେ, ସେତେବେଳେ ସେ ତାଙ୍କ ପତ୍ନୀ ଜିଲଙ୍କୁ ନିର୍ବାଚନ ଜିତିବା ଖୁସିରେ ଚାମ୍ପ୍‌କୁ ଉପହାର ଦେଇଥିଲେ। ତେବେ ବାଇଡେନ୍‌ଙ୍କ ସହିତ ଚାମ୍ପ୍‌ ଏବଂ ମେଜର୍‌ ମଧ୍ୟ ସୋସିଆଲ ମିଡିଆରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି।

ଉଲ୍ଲେଖ ଥାଉ କି, ଗତ ଚାରି ବର୍ଷ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ୱାଇଟ୍‌ ହାଉସରେ କୌଣସି ଗୃହପାଳିତ ପଶୁ ନଥିଲେ। ଟ୍ରମ୍ପ ନିଜେ ଥରେ କହିଥିଲେ ଯେ ସେ ଗୃହପାଳିତ ପଶୁଙ୍କୁ ପସନ୍ଦ କରନ୍ତି ନାହିଁ।

Leave A Reply

Your email address will not be published.