Latest Odisha News

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ତାଜା ସର୍ଭେରେ ଟ୍ରମ୍ପ ପଛରେ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବରରେ ଅନୁଷ୍ଠିତ ହେବ । ଏ ନେଇ କରାଯାଇଥିବା ସର୍ଭେରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା କମୁଥିବା ଜଣା ପଡିଛି । ରିପୋର୍ଟ ମୁତାବକ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥର ଜୋ ବାଇଡେନ ଏହି ଦୌଡରେ ବର୍ତମାନ ସୁଦ୍ଧା ଆଗରେ ରହିଛନ୍ତି । ମାସକ ମଧ୍ୟରେ କରାଯାଇଥିବା ୩୨ ସର୍ଭେକୁ ବିଚାରକୁ ନିଆଯାଇ ଏହି ତଥ୍ୟ ପ୍ରକାଶ ପାଇଛି । ଏହି ନିର୍ବାଚନ ଟ୍ରମ୍ପ ଓ ବାଇଡେନ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।

ଟ୍ରମ୍ପ ୧୧୦୦ ଓ ବାଇଡେନ ୧୬୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଏଥିରେ ଦର୍ଶାଯାଇଛି । ସେହିପରି ପ୍ରଥମ ଥର ପାଇଁ ୭୮ ପ୍ରତିଶତ ଭୋଟରେ ଡାକରେ ଭୋଟ ଦେବେ ଯାହାକି ଏକ ରେକର୍ଡ । ଟ୍ରମ୍ପ କିନ୍ତୁ ଏହିତ ସର୍ଭେ ରିପୋର୍ଟକୁ ଖଣ୍ଡନ କରିଛନ୍ତି । ବାଇଡେନ ୬ ପ୍ରତିଶତ ଆଗରେ ରହିଛନ୍ତି ।

Leave A Reply

Your email address will not be published.