Latest Odisha News

BREAKING NEWS

ଚଳିତ ଥର ତାଳଚେରରେ ହେବନି ଗଣେଶ ପୂଜା

ତାଳଚେର: ଚଳିତ ବର୍ଷ କୋଭିତ ମହାମାରୀର ଭୟାବହତକୁ ଦୃଷ୍ଟିରେ ରଖି ତାଳଚେରରେ ଗଣେଶ ପୂଜା ଅନୁଷ୍ଠିତ ହେବ ନାହିଁ।

କୌଣସି ସର୍ବସାଧାରଣ ସ୍ଥାନ , ମଣ୍ଡପ ଏବଂ ସରକାରୀ କିମ୍ବା ବେସରକାରୀ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଆଜି(ଗୁରୁବାର) ଅନୁଷ୍ଠିତ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି ।

ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ସଭାପତିତ୍ବରେ ହୋଇଥିବା ଏହି ବୈଠକରେ କରୋନା ମାହାମାରୀ ସମୟରେ ପୂଜା ହେଲେ ସଂକ୍ରମଣ ଆଶଙ୍କା କରି ଏଭଳି ନିଷ୍ପତ୍ତି ନିଆ ଯାଇଛି ।

ପ୍ରଶାସନର ଏହି ନିଷ୍ପତ୍ତିକୁ ଅବମାନନା କଲେ କୋଭିତ ନିୟମ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷକ ଭବାନୀ ଶଙ୍କର ଉଦଗାତା ପ୍ରକାଶ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଥାନା ଆଇଆଇସି ସତ୍ୟବ୍ରତ ରାଉତ, ସୂଚନା ଓ ଲୋକ ସମ୍ପର୍କ ଅକାରୀ ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ ଏହି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ କରଯାଇଥିଲା ।

Leave A Reply

Your email address will not be published.