Latest Odisha News

BREAKING NEWS

ପୁଟିନଙ୍କ ପରମାଣୁ ଆକ୍ରମଣ ଧମକ: ମିଳିତ ଜାତିସଂଘରେ ବର୍ଷିଲେ ବାଇଡେନ୍

ନୂଆଦିଲ୍ଲୀ: ଜାତିସଂଘରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ ସମ୍ବୋଧିତ କରିବା ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଉଭୟ ଋଷ ଏବଂ ଚୀନ୍‌କୁ ନିନ୍ଦା କରିଛନ୍ତି।

ଋଷ ଦ୍ବାରା ୟୁକ୍ରେନରେ ଆରମ୍ଭ ହୋଇଥିବା ଯୁଦ୍ଧ ବାବଦରେ ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ ପୁଟିନ ମାନଚିତ୍ରରୁ ଏକ ସାର୍ବଭୌମତ୍ବ ରାଷ୍ଟ୍ରକୁ ହଟାଇବାକୁ ଚେଷ୍ଟା କରିଛନ୍ତି। ପୁଟିନ ପରମାଣୁ ଆକ୍ରମଣ ନେଇ ଧମକ ଦେବାପରେ ବାଇଡେନ୍ କହିଛନ୍ତି ଯେ ଋଷକୁ କେହି ଧମକ ଦେଇ ନାହାଁନ୍ତି, କିନ୍ତୁ ଋଷ ହିଁ ଯୁଦ୍ଧର ରାସ୍ତା ବାଛିଛି। ନା ନନେଇ ସେ ଚୀନ୍‌କୁ ମଧ୍ୟ ସମାଲୋଚନା କରିଛନ୍ତି, ଯାହା ସୀମା ବୃଦ୍ଧି କରିବାକୁ ଷଡଯନ୍ତ୍ର କରୁଛି ବୋଲି ବାଇଡେନ୍ କହିଛନ୍ତି।

ପାଶ୍ଚାତ୍ୟ ଦେଶକୁ ପୁଟିନ୍ ଦେଲେ ପରମାଣୁ ଧମକ

ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ତାଙ୍କ ସମ୍ବୋଧନରେ ଭାରତ-ପ୍ରଶାନ୍ତ ମହାସାଗରରେ ଉଲ୍ଲେଖ କରିଛନ୍ତି ଏବଂ ଏହି ଅଞ୍ଚଳରେ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚୀନ୍‌ର ନା ନନେଇ ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ ବଡ ଦେଶ ଭଳି ଛୋଟ ଦେଶର ସମାନ ଅଧିକାର ରହିଛି। ଛୋଟ ଦେଶଗୁଡ଼ିକର ସାର୍ବଭୌମ ଅଧିକାରକୁ ବୃହତ ଦେଶମାନଙ୍କ ସହିତ ସମାନ କରିବା, ଫ୍ରିଡମ୍ ଅଫ୍ ନେଭିଗେସନ୍ ର ମୌଳିକ ନୀତି ଗ୍ରହଣ କରିବା ଏବଂ ମିଳିତ ଜାତିସଂଘ ଦ୍ୱାରା ସ୍ଥିର ହୋଇଥିବା ସାଧାରଣ ନିୟମ ଭାବରେ ଆନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

Comments are closed.