Latest Odisha News

ରାଜୁ ଶ୍ରୀବାସ୍ତବଙ୍କ ମୃତ ଶରୀରର ହେଲା ଡିଜିଟାଲ ଶବ ବ୍ୟବଚ୍ଛେଦ

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ମୃତଦେହର ବ୍ୟବଚ୍ଛେଦ ହୋଇଛି। ଆଉ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ରାଜୁ ଶ୍ରୀବାସ୍ତବଙ୍କ ଶରୀର ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟରେ ସାମ୍ନାକୁ ଆସିଛି ଯେ ରାଜୁ ଶ୍ରୀବାସ୍ତବଙ୍କ ଶରୀରରେ କୌଣସି ବାହ୍ୟ ଆଘାତ ଚିହ୍ନ ନାହିଁ। ୪୨ ଦିନର ଚିକିତ୍ସା ହେତୁ ଶରୀରରେ କେବଳ ଇଞ୍ଜେକ୍ସନ ଚିହ୍ନ ଦେଖିବାକୁ ମିଳିଥିଲା। ରିପୋର୍ଟ ପରେ ରାଜୁ ଶ୍ରୀବାସ୍ତବଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି।

ରାଜୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ବ୍ୟବଚ୍ଛେଦ କରାଯାଇଛି । ଯାହା ନୂଆ ଟେକ୍ନୋଲୋଜି ସହିତ କରାଯାଇଥିଲା। ରାଜୁ ଶ୍ରୀବାସ୍ତବ ଗତ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ, ତଥାପି ତାଙ୍କର ପୋଷ୍ଟମର୍ଟମ କରାଯାଇଛି। ଏପରି କରି ହାସ୍ୟ ଅଭିନେତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଯେମିତି କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ ସେ ନେଇ ହସ୍ପିଟାଲ ପ୍ରୟାସ କରିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ରାଜୁ ଶ୍ରୀବାସ୍ତବଙ୍କ ମୃତଦେହର ବ୍ୟବଚ୍ଛେଦ ନୂଆ ଟେକ୍ନୋଲୋଜି ଅର୍ଥାତ ଭର୍ଚୁଆଲ ଶବ ବ୍ୟବଚ୍ଛେଦ ଦ୍ୱାରା କରାଯାଇଛି। ଏହି କୌଶଳ ସହିତ ବ୍ୟବଚ୍ଛେଦ ସମ୍ପୂର୍ଣ୍ଣ ପ୍ରକ୍ରିୟା ପ୍ରାୟ ୧୫-୨୦ ମିନିଟ୍ ନେଇଥାଏ। ଏହି ସମୟରେ ମୃତ ଶରୀରେ କୌଣସି ଖଣ୍ଡିଆ ହୁଏ ନାହିଁ କି କଟା ହୁଏ ନାହିଁ। ଅଧିକାଂଶ ପରିବାର ମୃତକଙ୍କ ଶବ ବ୍ୟବଚ୍ଛେଦ କରିବାକୁ ନାପସନ୍ଦ କରନ୍ତି। ଏପରି ସ୍ଥିତିରେ ଡିଜିଟାଲ ବ୍ୟବଚ୍ଛେଦକୁ ଆଗାମୀ ଦିନରେ ଲୋକେ ଆପଣାଇବାକୁ ଚେଷ୍ଟା କରିବେ।

ରାଜୁ ଶ୍ରୀବାସ୍ତବ ଗତ ୪୨ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ବୁଧବାର ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏମ୍ସ ଡାକ୍ତରମାନେ କହିଛନ୍ତି ଯେ ରାଜୁ ଶ୍ରୀବାସ୍ତବଙ୍କର ହୃଦଘାତ ହେତୁ ସେ ଗୁରୁତର ଅବସ୍ଥାରେ ଥିଲେ। ରାଜୁ ଶ୍ରୀବାସ୍ତବଙ୍କ ଶେଷ ରୀତି ଆଜି ସକାଳ ୯ଟା ୩୦ରେ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି।

Leave A Reply

Your email address will not be published.