Latest Odisha News

BREAKING NEWS

ସର୍ବାଧିକ ଶତକ ହାସଲରେ ବିଶ୍ୱର ୫ମ ଖେଳାଳି ହେଲେ ରୁଟ

ଲଣ୍ଡନ: ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଇଂଲଣ୍ଡର ଷ୍ଟାର ଖେଳାଳି ଜୋ ରୁଟ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଆନ୍ତର୍ଜାତୀୟ ଟେଷ୍ଟରେ ସର୍ବାଧିକ ଶତକ ହାସଲରେ ୫ମ ସ୍ଥାନରେ ରହିଛନ୍ତି । ଏହା ତାଙ୍କ କ୍ୟାରିୟରର ୩୭ତମ ଶତକ ରହିଥିଲା । ସେ ଭାରତର ମହାନ ଖେଳାଳି ରାହୁଲ ଡ୍ରାଭିଡଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ସଚିନ ତେନ୍ଦୁଲକର ଟେଷ୍ଟ କ୍ରିକେଟରେ ସର୍ବାଧିକ ୫୧ ଶତକ ହାସଲ କରି ଏବେ ବି ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ ଦକ୍ଷିଣ ଆଫ୍ରିକାର ଜ୍ୟାକ୍ସ କାଲିସ(୪୫), ଅଷ୍ଟ୍ରେଲିଆର ରିକି ପଂଟିଂ(୪୧) ଓ ଶ୍ରୀଲଙ୍କାର କୁମାର ସଙ୍ଗକାରା ( ୩୮) ରହିଛନ୍ତି ।

ରୁଟ ୩୭ ଶତକ ହାସଲ କରିଥିବା ବେଳେ ରାହୁଲ ଡ୍ରାଭିଡ ଓ ଷ୍ଟିଭ ସ୍ମିଥ ୩୬ ଶତକ ସହ ଏବେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ରୁଟଙ୍କ ଶତକ ବଳରେ ଇଂଲଣ୍ଡ ୭ ୱିକେଟ ବିନିମୟରେ ୩୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିନେଇଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ ସମାନ ସ୍ଥିତିରେ ରହିଛି ।

Comments are closed.