Latest Odisha News

BREAKING NEWS

ରିକି ପଂଟିଂଙ୍କ ରେକର୍ଡ ସହ ସମକକ୍ଷ ହେଲେ ରୁଟ

ସିଡନୀ: ଟେଷ୍ଟ କ୍ରିକେଟରେ ଜୋ ରୁଟ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଧୀରେ ଧୀରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ସମ୍ଭାବନା ସୃଷ୍ଟି କରିଛନ୍ତି । ସୋମବାର ଆଶେସ ସିରିଜର ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ସୋମବାର ଇଂଲଣ୍ଡର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଜୋ ରୁଟ କ୍ୟାରିୟରର ୪୧ତମ ଶତକ ହାସଲ କରିଛନ୍ତି । ସେ ୨୪୨ ବଲରେ ୧୬୦ ରନ କରିଥିଲେ । ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଂଟିଂଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ରୁଟ ୧୬୩ ଟେଷ୍ଟରେ ୪୧ ଶତକ ମାରିଥିବା ବେଳେ ଏଥିପାଇଁ ପଂଟିଂ ୧୬୮ ଟେଷ୍ଟ ଖେଳିଥିଲେ ।

ରୁଟ ଏବେ ସର୍ବାଧିକ ଶତକ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୫୧ ଓ ଜ୍ୟାକ୍ସ କାଲିସ ୪୫ ଶତକ ସହ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରୁଟଙ୍କ ଶତକ ବଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୮୪ ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୨ ୱିକେଟ ବିନିମୟରେ ୧୬୬ ରନ ସଂଗ୍ରହ କରିଛି । ଟ୍ରେଭିିସ ହେଡ ୯୧ ରନ କରି ଅପରାଜିତ ରହିଛନ୍ତି । ୫ ମ୍ୟାଚ ବିଶିଷ୍ଟ ମୁକାବିଲାରେ ଅଷ୍ଟ୍ରେଲିଆ ୩-୧ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି ।

Leave A Reply

Your email address will not be published.