Latest Odisha News

ସତ୍ୟମେବ ଜୟତେ୨ ଶୁଟିଂ ଅବସରରେ ଜନ ଆବ୍ରାହମ ଆହତ

ମୁମ୍ବାଇ: ବଲିଉଡ ଅଭିନେତା ଜନ ଆବ୍ରାହାମ ସତ୍ୟମେବ ଜୟତେ୨ ଫିଲ୍ମ ଶୁଟିଂ ଅବସରରେ ଆହତ ହୋଇଛନ୍ତି । ବନାରସରେ ଏହି ଫିଲ୍ମର ଶୁଟିଂ ଚାଲିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ପ୍ରାଥମିକ ଉପଚାର ପରେ ତାଙ୍କୁ ପଠାଇ ଦିଆଯାଇଥିଲା । ଏହି ଖବର ପ୍ରସାରିତ ହେବା ପରେ ଜନଙ୍କୁ ଦେଖିବା ପାଇଁ ଡାକ୍ତରଖାନା ନିକଟରେ ପ୍ରବଳ ଭୀଡ ହୋଇଥିଲା ।

୨୦୨୧ ମେ ମାସରେ ଏହି ଫିଲ୍ମ ରିଲିଜ ହେବ । ଏହି ଫିଲ୍ମ ବ୍ୟତୀତ ସେ ଲକ୍ଷ୍ୟ ରାଜ ଆନନ୍ଦଙ୍କ ଆଟାକରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ରକୁଲପ୍ରୀତ ସିଂ ସହ ଅଭିନୟ କରୁଛନ୍ତି । ଶାହାରୁଖ ଅଭିନୀତ ପଠାନ ଏବଂ ମୋହିତ ସୁରୀଙ୍କ ଭିଲେନ୨ରେ ମଧ୍ୟ ସେ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.