Latest Odisha News

BREAKING NEWS

ମେଗାଷ୍ଟାର ଅମିତାଭଙ୍କ ବିରୋଧରେ କବିତା ଚୋରି ଅଭିଯୋଗ

ମୁମ୍ବାଇ: ଚଳଚ୍ଚିତ୍ର ଜଗତର ମହାନାୟକ ଅମିତାଭ ଓ ସୋସିଆଲ ମିଡିଆ ମଧ୍ୟରେ ଥିବା ପ୍ରେମ ସଂପର୍କ ବିଷୟରେ ଅନେକ ଅବଗତ । ଟୁଇଟର୍‌, ଫେସବୁକ୍‌, ଇନଷ୍ଟାଗ୍ରାମ ଓ ବ୍ଲଗ୍‌ରେ ସେ ଅଧିକାଂଶ ସମୟ ସକ୍ରିୟ ରହିଥାନ୍ତି । ବ୍ୟସ୍ତବହୁଳ ସମୟ ମଧ୍ୟରେ ବି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ସେ ନିଜ ଫ୍ୟାନଙ୍କ ସହ ଯୋଡି ହୋଇ ରହିଥାନ୍ତି । ହେଲେ ନିକଟରେ ମେଗାଷ୍ଟାର ଏକ କବିତା ଫେସବୁକରେ ସେୟାର କରିଥିଲେ । ଯାହାକୁ ନେଇ ତାଙ୍କ ବିରୋଧରେ ଆସିଛି କବିତା ଚୋରି ଅଭିଯୋଗ ।

ଏହି କବିତାକୁ ମେଗାଷ୍ଟାର ଅମିତାଭ ଗତକାଲି ଫେସବୁକ୍‌ରେ ସେୟାର କରିଥିଲେ । ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ଟିଶା ଅଗ୍ରୱାଲ ନାମକ ଜଣେ ମହିଳା ଏହି କବିତାକୁ ନିଜେ ରଚିଥିବା ଦାବି କରିଛନ୍ତି । ଏପରିକି ଏହି କବିତାକୁ ନେଇ ଅମିତାଭ ତାଙ୍କୁ ଶ୍ରେୟ ଦେବାକୁ ଫେସବୁକ ପୋଷ୍ଟ ତଳେ କମେଣ୍ଟରେ ବି ଲେଖିଛନ୍ତି ।

ଅନ୍ୟପଟେ ଏହି କବିତାଟିକୁ ଟିଶା ଏପ୍ରିଲ୍‌୨୪, ୨୦୨୦ରେ ଫେସବୁକରେ ପୋଷ୍ଟ କରିଥିବା ପ୍ରମାଣ ମିଳିଛି । ଜଣେ କବି ଭାବେ ଟିଶା ନିଜର ଅନେକ କବିତା ଫେସବୁକରେ ସେୟାର କରିଥାନ୍ତି । ଏହି ମାମଲାକୁ ନେଇ ମେଗାଷ୍ଟାର ଅମିତାଭ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନହାନ୍ତି । ଅନ୍ୟପଟେ ଟିଶା ଅଗ୍ରୱାଲ ଆଗକୁ କଣ କରିବେ, ସେ ନେଇ ମଧ୍ୟ କୌଣସି ସୂଚନା ନାହିଁ । କିଛି ଲୋକ ଏହି ମାମଲାରେ ଟିଶାଙ୍କ ସମର୍ଥନ ବି କରିଛନ୍ତି ।

Leave A Reply

Your email address will not be published.